କରିନାଙ୍କ ସହ ଯୋଡ଼ିକୁ ନେଇ ଏମିତି କହିଥିଲେ ଶାହିଦ; ଚକିତ ହୋଇଥିଲେ ପ୍ରଶଂସକ

ବମ୍ବେ: ଏକଦା ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଗୋଟିଏ ଥିଲେ କରିନା କପୁର ଖାଁ ଏବଂ ଶାହିଦ କପୁର। ଚଳଚ୍ଚିତ୍ର ‘ଫିଦା’ ସେଟ୍‌ରୁ ଉଭୟଙ୍କ ମଧ୍ୟରେ ନୀବିଡ଼ତା ବୃଦ୍ଧି ପାଇଥିଲା। ସେତେବେଳେ କରିନା ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ମଧ୍ୟରୁ ଜଣେ ଥିବା ବେଳେ ଶାହିଦ ଥିଲେ ନବାଗତ। ହେଲେ ଧିରେ ଧିରେ ଏହି ତଫାତ କିଛି ଫରକ ପକାଇ ନ ଥିଲା। ଉଭୟ ପାଲଟିଥିଲେ ଯୋଡ଼ି ନମ୍ବର ଓ୍ବାନ୍‌।

ପ୍ରେମ କେବଳ ରିଅଲରେ ନୁହେଁ ବରଂ ରିଲ୍‌ରେ ବି ଚାଲିଥିଲା। ଉଭୟଙ୍କୁ ନେଇ ନିର୍ମାତାମାନେ ଅନେକ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ। ସେଥିରୁ କିଛି ହିଟ୍‌ ମଧ୍ୟ ହୋଇଥିଲା। ହେଲେ ୨୦୧୧ରେ ଶାହିଦ ସିଧାସିଧା କରିନା ସହ ତାଙ୍କ ଅନ୍‌ସ୍କ୍ରିନ୍‌ ଯୋଡ଼ିକୁ ପସନ୍ଦ କରୁ ନ ଥିବା କହିଥିଲେ। କାରଣ ଏହା ତାଙ୍କୁ ବହୁତ ଖରାପ ଲାଗୁଥିଲା। ଅମୃତା ରାଓ, ପ୍ରିୟଙ୍କା ଏବଂ ସୋନାକ୍ଷୀଙ୍କ ସହ ତାଙ୍କ ଯୋଡ଼ି ଭଲ ଲାଗେ ବୋଲି ସେ କହିଥିଲେ। ପ୍ରଶଂସକଙ୍କୁ କିନ୍ତୁ ‘ଜବ୍‌ ଉଇ ମେଟ୍‌’ରେ ସେମାନଙ୍କ ଯୋଡ଼ି ପସନ୍ଦ ଆସିଥିଲା।

ପରେ ପ୍ରେମକାହାଣୀ କିଛିବର୍ଷ ଆଗକୁ ଚାଲିବା ବେଳେ ହଠାତ ଶାହିଦଙ୍କ ସହ ବ୍ରେକ୍‌ଅପ୍‌ କରି ସୈଫ ଅଲ୍ଲୀ ଖାଁଙ୍କୁ ବିବାହ କରିଥିଲେ କରିନା। ଶାହିଦ ମଧ୍ୟ ପରେ ମୀରା ରାଜପୁତଙ୍କୁ ବିବାହ କରିଥିଲେ। ଉଭୟ ଏବେ ନିଜ ନିଜ ବୈବାହିକ ଜୀବନରେ ବେଶ ଖୁସି ଅଛନ୍ତି।

Share