କାଜଲଙ୍କ ସହ ରୋମାଣ୍ଟିକ୍‌ ଦୃଶ୍ୟରେ ଶାହାରୁଖ୍‌ କରିଥିଲେ ଏମିତି କିଛି….

ବଲିଉଡ୍‌ର ସବୁଠାରୁ ରୋମାଣ୍ଟିକ୍‌ ଏବଂ ସୁପରହିଟ୍‌ ଯୋଡିଙ୍କ ମଧ୍ୟରେ ଅନ୍ୟତମ ଶାହାରୁଖ୍‌ ଖାନ୍‌ ଏବଂ କାଜଲ। ଏହି ଯୋଡି ବଲିଉଡ୍‌ର ଅନେକ ବ୍ଲକବାଷ୍ଟର ଫିଲ୍ମରେ ଏକତ୍ର କାମ କରିସାରିଛନ୍ତି। ପରଦା ଉପରେ ଉଭୟଙ୍କ କେମେଷ୍ଟ୍ରି ଭଲ ଜମିଥାଏ ମଧ୍ୟ। ଦର୍ଶକ ଏହି ଯୋଡିକୁ ଏକାଠି ଦେଖିବାକୁ ପସନ୍ଦ କରନ୍ତି। ବଲିଉଡ୍‌ର ଏହି ସୁପରହିଟ୍‌ ଯୋଡିକୁ ପ୍ରଥମ ଥର ଫିଲ୍ମ ‘ବାଜିଗର’ରେ ଏକାଠି ଦେଖିବାକୁ ମିଳିଥିଲା। ଫିଲ୍ମର ଏକ ରୋମାଣ୍ଟିକ୍‌ ଦୃଶ୍ୟରେ ଶାହାରୁଖ୍‌ ଏମିତି କିଛି କରିଥିଲେ, ଯାହାକୁ ନେଇ କାଜଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
କରଣ ଜୋହରଙ୍କ ଚାଟ୍‌ ଶୋ’ ‘କଫି ଓ୍ବିଥ୍‌ କରଣ’ରେ ଉଭୟ କାଜଲ-ଶାହାରୁଖ୍‌ ଏହି କଥା କହିଥିଲେ। ଶାହାରୁଖ୍‌ କହିଥିଲେ ଯେ, ଫିଲ୍ମର ଗୀତ ‘ମେରା ଦିଲ୍‌ ଥା ଅକେଲା…’ରେ କାଜଲଙ୍କୁ ଥରିବାର ଥିଲା। ମାତ୍ର ସେ ଏପରି ଦୃଶ୍ୟକୁ ସଠିକ୍‌ ଭାବେ କରିପାରୁ ନ ଥିଲେ। ତେଣୁ ସରୋଜ ଖାନ୍‌ କହିବାରୁ ଶାହାରୁଖ୍‌ ହଠାତ୍‌ କାଜଲଙ୍କୁ ଚିମୁଡି ଦେଇଥିଲେ। ଏହାପରେ କାଜଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଉକ୍ତ ଦୃଶ୍ୟର ଶୁଟଂ ଠିକ୍‌ ଭାବେ ହୋଇପାରିଥିଲା ବୋଲି ଉଭୟ କରିଥିଲେ।

Share