ବିଗ୍‌ ବି – ଶତ୍ରୁଘ୍ନ ମଧ୍ୟରେ ବନ୍ଧୁତା ଖରାପ ନେଇ ଦାୟୀ କରାଯାଇଥିଲା ରେଖାଙ୍କୁ, ପୂରା ଘଟଣା ଜାଣିଲେ…

ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ଅନେକ ତାରକା ଅଛନ୍ତି, ଯାହାଙ୍କ ବନ୍ଧୁତା ସର୍ବଦା ଚର୍ଚ୍ଚାରେ ଥାଏ। ଏହି ତାଲିକାରେ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ନାମ ମଧ୍ୟ ରହିଛି। ଅମିତାଭ ଏବଂ ଶତ୍ରୁଘ୍ନ ବହୁତ ଭଲ ବନ୍ଧୁ । ଦୁହେଁ ପ୍ରାୟତଃ ପାର୍ଟି ଏବଂ ଚାଟ୍‌ ଶୋ’ରେ ଏକାଠି ନଜର ଆସନ୍ତି। ଯେଉଁଠାରେ ଉଭୟ ସେମାନଙ୍କର ପୁରୁଣା କଥା ଶେୟାର କରନ୍ତି। କେବଳ ଏତିକି ନୁହେଁ ଏହି ଦୁଇ ଭେଟେରାନ ଅଭିନେତାଙ୍କ ବନ୍ଧୁତା ମଧ୍ୟ ପରଦାରେ ହିଟ୍‌ ହୋଇଛି। ଉଭୟ ଏକାଠି ‘ନସିବ’, ‘କାଲାପଥର’, ‘ଦୋସ୍ତାନା’, ଭଳି ଅନେକ ଚଳଚ୍ଚିତ୍ରରେ ନଜର ଆସିଛନ୍ତି।
ତେବେ ଏକ ସମୟ ଥିଲା, ଯେତେବେଳେ ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କ ନ ଥିଲା। ସେମାନେ ଠିକ୍‌ ଭାବରେ କଥାବାର୍ତ୍ତା ହେଉ ନ ଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଶତ୍ରୁଘ୍ନ ଏବଂ ଅମିତାଭଙ୍କ ମଧ୍ୟରେ ଥିବା ଏହି ମତଭେଦ ପଛରେ ଜଣେ ଅଭିନେତ୍ରୀଙ୍କ ହାତ ଥିବା କୁହାଯାଇଛି। ଯାହା ସେ ତାଙ୍କ ପୁସ୍ତକ ‘ଏନିଥିଙ୍ଗ ବଟ୍‌ ଖାମୋଶ ଦ ଶତ୍ରୁଘ୍ନ ସିହ୍ନା ବାୟୋଗ୍ରାଫି’ରେ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ‘କାଲା ପାଥର’ର ଶୁଟିଂ ସମୟରେ ତାଙ୍କ ସହ ଅମିତାଭଙ୍କ ସମ୍ପର୍କ ଭଲ ନ ଥିଲା। ଏହି କାରଣରୁ, ସେ ଅନେକ ଚଳଚ୍ଚିତ୍ରରେ ସାଇନ କରି ନ ଥିଲେ। ଅଭିନେତ୍ରୀ ଜିନତ ଅମାତ ଏବଂ ରେଖା ସେମାନଙ୍କ ମଧ୍ୟରେ ମତଭେଦର କାରଣ ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ରେଖା ତାଙ୍କ ସହ ଅତି ନିକଟତର ହୋଇଥିବାରୁ ଚର୍ଚ୍ଚାରେ ଥିଲେ।

Share