ମାଧୁରୀଙ୍କୁ ପତଳି ବୋଲି କହି ବାହା ହେବାକୁ ମନା କରିଦେଇଥିଲେ ଏହି ଗାୟକ; ଆଜି କରୁଛନ୍ତି…

ବମ୍ବେ: ଅଶି ଏବଂ ନବେ ଦଶକର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଜଣେ। ସୌନ୍ଦର୍ଯ୍ୟ ହେଉ ଅଥବା ଅଭିନୟ କି ନୃତ୍ୟ ସବୁଥିରେ ପାରଙ୍ଗମ ସେ। ଆଜି ବି ସେ କୋଟି ହୃଦୟର ରାଣୀ। ଏକ ସମୟରେ ତାଙ୍କୁ ଅନେକ ବଡ଼ ସୁପରଷ୍ଟାର ଜୀବନସାଥୀ କରିବାକୁ ଚାହୁଁଥିଲେ। ହେଲେ ଜଣେ ଏଭଳି ଗାୟକ ଥିଲେ ଯିଏ ମାଧୁରୀଙ୍କୁ ବିବାହ କରିବାକୁ ସିଧାସିଧା ମନା କରିଦେଇଥିଲେ।

ଅଭିନେତ୍ରୀଙ୍କୁ ବିବାହ କରିବାର ପ୍ରସ୍ତାବ ଲୋକପ୍ରିୟ ଗାୟକ ସୁରେଶ ଓ୍ବାଡେକରଙ୍କ ପାଖକୁ ଯାଇଥିଲା। ସୁରେଶ ମାଧୁରୀଙ୍କଠାରୁ ୧୨ ବର୍ଷ ବଡ଼ ଥିଲେ। ଅପରପକ୍ଷେ ମାଧୁରୀଙ୍କ ପରିବାରଲୋକେ ସେ ଅଭିନୟ କରନ୍ତୁ ବୋଲି ଚାହୁଁ ନ ଥିଲେ। ଫଳରେ ସେମାନେ ବିବାହ ପାଇଁ ପୁଅ ଦେଖିବା ଆରମ୍ଭ କରିଦେଇଥିଲେ। ସୁରେଶଙ୍କ ପାଖକୁ ସେଭଳି ପ୍ରସ୍ତାବ ଆସିଥିଲା। ହେଲେ ଝିଅ ବହୁତ ପତଳା ବୋଲି କହି ଗାୟକ ବିବାହ କରିବାକୁ ମନା କରିଦେଇଥିଲେ।

ଏଭଳି ଘଟଣା ପରେ ଆହୁରୀ ଚିନ୍ତାରେ ପଡ଼ିଯାଇଥିଲେ ମାଧୁରୀଙ୍କ ପରିବାର। ଅଧିକ ଫିଲ୍ମ କାମ କଲେ ମାଧୁରୀଙ୍କ ବିବାହ ହେବାରେ ଅସୁବିଧା ହେବ ବୋଲି ସେମାନେ ଭାବୁଥିଲେ। ହେଲେ ୧୯୯୯ରେ ଡାକ୍ତର ଶ୍ରୀରାମ ନେନେଙ୍କୁ ସେ ବିବାହ କରିଥିଲେ।

Share