ରାଜନେତାଙ୍କୁ ଭଲପାଇ ପଡ଼ିଥିଲେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ: ବିବାହ ପର୍ଯ୍ୟନ୍ତ ଯାଇଥିଲା କଥା, ହେଲେ…

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଜଣେ ରାଜନେତାଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ବିବାହ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ, ଘରର ଚାପ ଆଗରେ ବଳିପଡ଼ିଯାଇଥିଲା ଏହି ପ୍ରେମ ସମ୍ପର୍କ।
ତେବେ ସୋନାଲି ଯାହାଙ୍କ ପ୍ରେମରେ ପଡ଼ିଥିଲେ ସେ ହେଲେ ରାଜ୍‌ ଠାକରେ। ଉଭୟ ପରସ୍ପରକୁ ବହୁତ ପସନ୍ଦ କରୁଥିଲେ। ଏହା ହେଉଛି ରାଜ ଠାକରେ ଶିବସେନା ସହ ଥିବା ସମୟର କଥା। ଏହି ସମୟରେ ଏମ୍‌ଏନ୍‌ଏସ୍‌ ଗଠନ ହୋଇ ନ ଥିଲା। ଏହି ପ୍ରେମ ବିଷୟରେ ଶିବସେନା ପ୍ରମୁଖ ବାଲ ଠାକରେ ଜାଣିବା ପରେ ଏହି ବିବାହକୁ ସ୍ବୀକୃତି ଦେଇ ନ ଥିଲେ। ଶେଷରେ ରାଜ ଠାକରେ ଏଥିରୁ ଓହରି ଯାଇଥିଲେ। ଉଭୟଙ୍କ ମଧ୍ୟରେ ସମସ୍ତ ସମ୍ପର୍କ ଛିନ୍ନ ହୋଇଥିଲା। ପରେ ୨୦୦୨ ମସିହାରେ ସୋନାଲି ଗୋଲ୍ଡି ବହଲଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସୋନାଲି ଏକ ସୁଖମୟ ଜୀବନ ବିତାଉଛନ୍ତି।

Share