ବମ୍ବେ: ବଲିଉଡ୍ର ବେଷ୍ଟ ଆକ୍ସନ ହିରୋଙ୍କ ମଧ୍ୟରୁ ସନ୍ନି ଦେଓଲ ଜଣେ। ସେ କେବଳ କ୍ୟାମେରା ସାମ୍ନାରେ ଆକ୍ସନ କରନ୍ତି ତାହା ନୁହେଁ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ସେଭଳି। କାରଣ ସନ୍ନିସ୍ବଭାବରେ ବହୁତ ରାଗି। ସନ୍ନିଙ୍କ ଭାଇ ବବି ଏଭଳି ଏକ ଘଟଣା ବିଷୟରେ କହିଥିଲେ।
ମୁଁ ସନ୍ନି ଭାଇଙ୍କ ନାଁ ନେଇ କଲେଜରେ ଦାଦାଗିରି କରିନାହିଁ। କେବେହେଲେ ବାପାଙ୍କ ନାଁ ମଧ୍ୟ ନେଇନାହିଁ। କାରଣ ଏହାର ଆବଶ୍ୟକତା ପଡ଼ି ନ ଥିଲା। ଭାଇ ଫିଲ୍ମକୁ ଆସିବା ପୂର୍ବରୁ ହିଁ ବହୁତ ଝଗଡ଼ା କରୁଥିଲେ। ଫିଲ୍ମ ‘ବେତାବ’ର ଶୁଟିଂ ଚାଲିଥିଲା। ସେତେବେଳେ ଆମେ ପେଟ୍ରେଲ ପମ୍ପରେ ତେଲ ଭରୁଥିଲୁ। ସେଠାରେ କିଛି ଗୁଣ୍ଡା ଭାଇଙ୍କ ସାମ୍ନାକୁ ଆସିଯାଇଥିଲେ। ଭାଇ ଏକୁଟିଆ ଚାରିଜଣ ଲୋକଙ୍କ ସହ ଲଢ଼ିଥିଲେ। ସେତେବେଳେ ଗାଡ଼ିରୁ କେହି ବି ସାଙ୍ଗ ବାହାରକୁ ଆସି ନ ଥିଲେ ବୋଲି ବବି କହିଥିଲେ।