ରାଗରେ ଶୁଟିଂ ସେଟ୍‌ରେ ଅନିଲ କପୁରଙ୍କ ତଣ୍ଟି ଚିପିଦେଇଥିଲେ ଏହି ପ୍ରସିଦ୍ଧ ଅଭିନେତା: ଜାଣନ୍ତୁ କାହିଁକି…

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ଅଭିନେତା ସନ୍ନି ଦେଓଲ ଏବଂ ଅନିଲ କପୁରଙ୍କର ଏକ କାହାଣୀ ସାମ୍ନାକୁ ଆସିଛି।
୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଯୋଶିଲେ’ରେ ସନ୍ନି ଏବଂ ଅନିଲ ଏକତ୍ର କାମ କରିଥିଲେ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ସିତଓ୍ବେ ହସନ ରିଜଭି। ଫିଲ୍ମରେ ସନ୍ନିଙ୍କ ଅଭିନୟଠାରୁ ଅନିଲଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିବାକୁ ଲାଗିଲେ। ଫଳରେ ସନ୍ନିଙ୍କୁ ଏହା ଭଲ ଲାଗି ନ ଥିଲା। ତାଙ୍କ ଇଗୋ ହଟ୍‌ ହୋଇଗଲା। କିନ୍ତୁ ଏହି ମାମଲା ପରେ ଶାନ୍ତ ପଡିଯାଇଥିଲା। ପରେ ଉଭୟ ଅନ୍ୟ ଏକ ଫିଲ୍ମରେ ଏକାଠି ସାଇନ୍‌ କଲେ। ଏଥିରେ ଅନିଲ, ସନ୍ନିଙ୍କ ସହ ଶ୍ରୀଦେବୀ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ। ଫିଲ୍ମର ଶୁଟିଂ ସମୟରେ ଅନିଲ ସନ୍ନିଙ୍କ ସହ ଆଦୌ ହେଲେ କଥାବାର୍ତ୍ତା କରି ନ ଥିଲେ। ସେ ଅନିଲଙ୍କୁ ଅଣଦେଖା କରୁଥିଲେ। ଏକ ଦୃଶ୍ୟରେ ଉଭୟଙ୍କ ମଧ୍ୟରେ ଏକ ଫାଇଟ୍‌ ଦୃଶ୍ୟ ରହିଥିଲା। ଏଥିରେ ସନ୍ନିଙ୍କୁ ଅନିଲଙ୍କ ତଣ୍ଟିକୁ ଚିପି ଧରିବାର ଥିଲା। ମାତ୍ର ଏହି ଦୃଶ୍ୟର ଶୁଟିଂ ସମୟରେ ସନ୍ନିଙ୍କର ପୁରୁଣା ରାଗ କଥା ମନେ ପଡିଯାଇଥିଲେ, ତେଣୁ ସେ ସତକୁ ସତ ଅନିଲଙ୍କ ତଣ୍ଟିକୁ ଯୋରରେ ଚିପିଦେଇଥିଲେ। ଫଳରେ କିଛି ସମୟ ପାଇଁ ଅନିଲଙ୍କ ନିଶ୍ୱାସ ବନ୍ଦ ହୋଇଯାଇଥିଲା। ନିର୍ଦ୍ଦେଶକ ସୁନୀଲ କଟ୍‌ କହିବା ପରେ ମଧ୍ୟ ସନ୍ନି ଅନିଲଙ୍କ ତେଣ୍ଟିକୁ ଛାଡି ନ ନଥିଲେ। ଫଳରେ ନିର୍ଦ୍ଦେଶକ ମଧ୍ୟ ଡରିଯାଇଥିଲେ। ଅନିଲଙ୍କୁ ବଞ୍ଚାଇବା ପରେ କ୍ରୁ ମେମ୍ବରମାନେ ମଧ୍ୟ ତାଙ୍କ ନିକଟରେ ଦୌଡିଯାଇଥିଲେ। ଏହାକୁ ନେଇ ଅନିଲ ବହୁତ ଡରିଯାଇଥିଲେ। ଏକ ସାକ୍ଷାତକାରରେ ନିଜେ ଅନିଲ ଏହି କଥା କହିଥିଲେ।

Share