କୁକୁର ମନା କରିବାରୁ ଏହି ସୁପରହିଟ୍‌ ଫିଲ୍ମ କରିବାକୁ ମନା କରିଥିଲେ ଅଭିନେତା

ବଲିଉଡ୍‌ ଅଭିନେତା ରାଜକୁମାରଙ୍କ ସହ ଜଡିତ ସମସ୍ତ କାହାଣୀ ଶୁଣିବାକୁ ଆଜି ବି ଲୋକମାନେ ପସନ୍ଦ କରନ୍ତି। ତାଙ୍କୁ ଯାହା ପସନ୍ଦ ଆସୁଥିଲା ତାହା ସେ କରିବାକୁ ଭଲ ପାଉଥିଲେ। ତାଙ୍କ ମୁହଁରୁ ସଂଳାପ ଶୁଣିବା ପାଇଁ ଲୋକମାନେ ପାଗଳ ପ୍ରାୟ ହୋଇପଡ଼ୁଥିଲେ। ହେଲେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ସେ ପରଦା ଉପରେ ଯେମିତି ବ୍ୟକ୍ତିଗତ ଜୀବନରେ ମଧ୍ୟ ଠିକ୍‌ ସେମିତି ମଜାଳିଆ ଥିଲେ।
୭୦ ଦଶକରେ ସଲମାନ୍‌ ଖାନ୍‌ଙ୍କ ବାପା ସଲିମ ଖାନ୍‌ ଫିଲ୍ମ ‘ଜଞ୍ଜିର’ର କାହାଣୀ ନେଇ ରାଜକୁମାରଙ୍କ ଘରକୁ ଯାଇଥିଲେ। ଏହି କାହାଣୀ ପାଇଁ ରାଜକୁମାର ସବୁଠାରୁ ଫିଟ୍‌ ବୋଲି ସଲିମ୍‌ ମନେ କରିଥିଲେ। ସଲିମଙ୍କୁ କାହାଣୀ ଶୁଣାଇବା ପରେ ରାଜକୁମାରଙ୍କ ମତ୍ତ ଲୋଡିଥିଲେ। କିନ୍ତୁ ରାଜକୁମାର ତାଙ୍କ କୁକୁରକୁ ଡାକି ଏହି ଫିଲ୍ମ କରିବା ଉଚିତ୍‌ ନା ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହା ଶୁଣିବା ପରେ କୁକୁର ଭୁକିବାକୁ ଲାଗିଥିଲା। ଏହାଶୁଣି ରାଜକୁମାର କହିଥିଲେ, ଭାଇ ତୁମ କାହାଣୀ ତ ମୋ କୁକୁରକୁ ପସନ୍ଦ ଆସିଲା ନାହିଁ ମୋତେ କିପରି ପସନ୍ଦ ଆସିବ। ରାଜକୁମାରଙ୍କ ମୁହଁରୁ ଏହା ଶୁଣିବା ପରେ ସଲିମ ସେଠାରୁ ଚାଲିଯାଇଥିଲେ। ପରେ ଏହି ଫିଲ୍ମ ପାଇଁ ଅମିତାଭ ବଚ୍ଚନଙ୍କୁ ସାଇନ୍‌ କରାଗଲା। ‘ଜଞ୍ଜିର’ ଅମିତାଭଙ୍କ କ୍ୟାରିୟର ପ୍ରଥମ ସୋଲୋ ହିଟ୍‌ ଫିଲ୍ମ ସାବ୍ୟସ୍ତ ହୋଇଥିଲା। ଏହା ଅମିତାଭଙ୍କୁ ବଲିଉହ୍‌ର ଏଙ୍ଗ୍ରୀ ୟଙ୍ଗ୍‌ ମ୍ୟାନ୍‌ ବନାଇ ଦେଇଥିଲା।

Share