Categories: ଜାତୀୟ

ଭାଜପା କ୍ଷମତାକୁ ଆସିଲେ ପ୍ରଥମେ ଅଣାଯିବ ସମାନ ନାଗରିକ ସଂହିତା,କହିଲେ ମୁଖ୍ୟମନ୍ତ୍ରୀ…

ଡେରାଡୁନ୍‌, ୧୨।୨ : ଉତ୍ତରାଖଣ୍ଡ ବିଧାନସଭା ପ୍ରଚାରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶନିବାର କହିଛନ୍ତି ଯେ, ଭାଜପା କ୍ଷମତାକୁ ଆସିଲେ ପ୍ରଥମେ ସମାନ ନାଗରିକ ସଂହିତା ଆଇନ(ୟୁନିଫର୍ମ ସିଭିଲ୍‌ କୋଡ୍‌) ଅଣାଯିବ। ଏହା ଦ୍ୱାରା ସମସ୍ତ ଲୋକଙ୍କ ପାଇଁ ବିବାହ, ଛାଡ଼ପତ୍ର, ଭୂସମ୍ପତ୍ତି ଏବଂ ଉତ୍ତରାଧିକାରୀ ଆଦି କ୍ଷେତ୍ରରେ ସମାନ ଆଇନ ପ୍ରଣୟନ କରାଯାଇ ପାରିବ। ଧର୍ମବର୍ଣ୍ଣ ନିର୍ବିଶେଷରେ ଏହା ଲାଗୁ  କରାଯିବ।

ୟୁନିଫର୍ମ ସିଭିଲ୍‌ କୋଡ ଦ୍ୱାରା ମହିଳା ସଶକ୍ତିକରଣ ସହିତ ସାମ୍ପ୍ରଦାୟିକ ସଦ୍‌ଭାବ କ୍ଷେତ୍ରରେ ଅଗ୍ରଗତି ସମ୍ଭବ ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share