ପ୍ରକୃତି ଆମ ପୃଥିବୀକୁ ଅନେକ ଜିନିଷ ଦେଇଛି। ଗଛ,ପତ୍ର, ଫୁଲ ଏବଂ ଫଳ ସବୁ କିଛି ଦେଇଛି ପ୍ରକୃତି। କେଉଁଠି ନଦୀ ପ୍ରବାହିତ ହେଉଛି ତ ଆଉ କେଉଁଠି ପାହାଡ଼ ଆକାକୁ ସ୍ପର୍ଶ କରୁଛି। ଏହା ବ୍ୟତୀତ ମେଘ, ସମୁଦ୍ର ଏବଂ କୁହୁଡ଼ି ଭଳି ଅନେକ କିଛି ପୃଥିବୀ ପୃଷ୍ଠରେ ଦେଖିବାକୁ ମିଳେ। ବେଳେବେଳେ ତୁଷାରପାତ, କୁଆପଥର ଏବଂ କୁହୁଡ଼ି ଯୋଗୁ ଆମେ ସମସ୍ୟାର ସମ୍ମୁଖୀନ ହୋଇଥାଉ। କିନ୍ତୁ ଏମିତି ଦେଶ ଅଛି, ଯେଉଁଠି କୁହୁଡ଼ି ଦେଖିଲେ ଲୋକେ ଖୁସି ହୋଇଯାନ୍ତି।
ଭାରତରେ ଥଣ୍ଡା ବୃଦ୍ଧି ସହିତ ଉତ୍ତର ଅଞ୍ଚଳରେ କୁହୁଡ଼ି ମଧ୍ୟ କମିବା ଆରମ୍ଭ କରିଛି। କୁହୁଡ଼ି କେବଳ ଥଣ୍ଡା ପାଗର ସଙ୍କେତ ନୁହେଁ, ଏହା ସହିତ ଏହା ଅନେକ ସମସ୍ୟା ମଧ୍ୟ ଆଣିଥାଏ। ଶୀତଦିନେ କୁହୁଡ଼ି କଷ୍ଟଦାୟକ ହୋଇପାରେ, କିନ୍ତୁ ଜଳ ଅଭାବର ସମ୍ମୁଖୀନ ହେଉଥିବା ଦେଶରେ ଏହାକୁ ଉତ୍ସାହର ସହିତ ଅପେକ୍ଷା କରାଯାଇଥାଏ।
ଜଳ ଅଭାବ ସହିତ ସଂଘର୍ଷ କରୁଥିବା ଦେଶରେ କୁହୁଡ଼ି ପଡ଼ିଲେ ଏହାକୁ ଏକ ଡ୍ରମ୍ରେ ସଂଗ୍ରହ କରି ରଖାଯାଏ। ସାଧାରଣତଃ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅନେକ ଦେଶରେ ଏପରି କରାଯାଉଛି। କୁହୁଡି ପ୍ରତି ଘନ ମିଟରରେ ପ୍ରାୟ ୦.୫ ଗ୍ରାମ୍ ଜଳ ରହିଥାଏ। ଏହା ଏକ ସୂକ୍ଷ୍ମ ଜାଲରେ ସଂଗୃହୀତ ହେଲେ ଏହା ଜଳ ସହିତ ପ୍ରବାହିତ ହୁଏ। ପରେ ଏହି ଜଳକୁ ପ୍ରକ୍ରିୟାକରଣ ଏବଂ ଶୁଦ୍ଧ କରାଯାଏ।
ଏହି ଟେକ୍ନୋଲୋଜି ୭୦ ଦଶକରେ ଆରମ୍ଭ ହୋଇଥିଲା। ୧୦୦ ବର୍ଗ ମିଟରର ଦୁଇଟି ଉପକରଣ ପ୍ରସ୍ତୁତ କରାଯାଇଥିଲା, ଯାହା ମାଧ୍ୟମରେ ବାୟୁରୁ ଆସୁଥିବା କୁହୁଡ଼ି ଧରିବା ପାଇପ ସାହାଯ୍ୟରେ ପାତ୍ରରେ ଜମା ହୋଇଥାଏ। ଅଧ୍ୟୟନର ପ୍ରଥମ ପର୍ଯ୍ୟାୟରେ ଦୈନିକ ୧୪ ଲିଟର ପାଣି ସଂଗ୍ରହ କରାଯାଇପାରେ। ଏହି ପରିମାଣ ଅଧିକ ନ ଥିଲା, କିନ୍ତୁ କୁହୁଡିରୁ ଜଳ ତିଆରି କରିବାର କୌଶଳ କାମ କରୁଥିଲା। ଦକ୍ଷିଣ ଆଫ୍ରିକାର କେପଟାଉନରେ ପ୍ରଥମ ଥର ପାଇଁ କୁହୁଡି ସଂଗ୍ରହ କରାଯାଇଥିଲା। ୧୯୮୭ରେ କାନାଡା ଏବଂ ଇଟାଲୀରେ ଦ୍ୱିତୀୟ ଥର ପାଇଁ ଏହି ପରୀକ୍ଷଣ କରାଯାଇଥିଲା। ଏହା ଦ୍ୱାରା ହଜାର ହଜାର ଗାଁକୁ ଜଳ ଯୋଗାଣ ହୋଇଥିଲା। ଏହା ବ୍ୟତୀତ ପାରାଗୁଏର ବେଲାଭିଷ୍ଟା, ଇକ୍ୟୁଏଡର୍, ଓମାନ ଏବଂ ମେକ୍ସିକୋରେ ମଧ୍ୟ ଏହି ଧାରା ଚାଲିଛି।