ନୂଆ ତାଲିକା ବାହାରିଲେ ଘର ମିଳିବ, ଶୁଣିଶୁଣି ବିତିଲାଣି ୫ ବର୍ଷ

ତେନ୍ତୁଳିଖୁଣ୍ଟି, ୧୪।୭(ଚିଦାନନ୍ଦ ସାହୁ): ଗରିବଙ୍କ ପାଇଁ ଆସୁଛି ସରକାରୀ ଯୋଜନା। କିନ୍ତୁ ସେମାନଙ୍କୁ ମିଳୁନି। ଆଗକୁ ମିଳିବ ବୋଲି କହି ଦିନ ଗଡ଼ି ଚାଲୁଛି। କିନ୍ତୁ ଯୋଜନାର ସୁଫଳ ପାଉନାହାନ୍ତି ହିତାଧିକାରୀ। ଏପରି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତ ଖାତିଗୁଡା ଗ୍ରାମର ସରୋଜିନୀ ଖରାଙ୍କ କ୍ଷେତ୍ରରେ।
୨୦୧୬ରୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ ଯୋଜନା ହେବା ଦିନରୁ ସରୋଜିନୀଙ୍କୁ ମିଳୁଛି କେବଳ ପ୍ରତିଶ୍ରୁତି। କିନ୍ତୁ ଆଜି ଯାଏ ତାହା ପୂରଣ ହୋଇପାରିନି। ବର୍ତ୍ତମାନ ସରୋଜିନୀଙ୍କ ଗୋଟିଏ କୋଠରି ବିଶିଷ୍ଟ ଘର ରହିଛି। ପୁଅ, ବୋହୂ, ନାତୁଣୀ, କିଡ୍‌ନୀ ରୋଗାକ୍ରାନ୍ତ ପୁଅ, ଏକୋଇଶ ବର୍ଷୀୟ ଝିଅ ସେଥିରେ ରହୁଛନ୍ତି। ଦିନ ଯେମିତି ସେମିତି ବିତିଯାଉଥିଲେ ମଧ୍ୟ ରାତି ହେଲେ କିଏ କେଉଁ ପଡ଼ୋଶୀ ଘରେ ଶୋଇବ ଚିନ୍ତା। ବିବାହିତ ପୁଅ ବୋହୂ ଓ ନାତୁଣୀ ଘରେ ଶୋଉଥିବା ବେଳେ ଅନ୍ୟମାନେ ଅନ୍ୟ ଘରେ ରାତିରେ ଶୋଇବାକୁ ବାଧ୍ୟ ହୁଅନ୍ତି। କାହା ଘରେ ଅତିଥି ଆସିଥିଲେ ଚିନ୍ତାଜନକ ପରିସ୍ଥିତି। କିଡ୍‌ନୀ ରୋଗୀଙ୍କ ପାଇଁ ସ୍ବଚ୍ଛ ବାତାବରଣ ଆବଶ୍ୟକ କିନ୍ତୁ ସେଥିରୁ ମଧ୍ୟ ପରିବାର ବଞ୍ଚତ୍ତ। ତାଙ୍କ ଘରର ସ୍ଥିତି ଓ ପରିବାର ବୋଝ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ଏହାପରେ ସେତେବେଳେ ତେନ୍ତୁଳିଖୁଣ୍ଟି ବିଡିଓ ଦାୟିତ୍ୱରେ ଥିବା ପାପଡାହାଣ୍ଡି ବିଡିଓ ସରୋଜିନୀଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଆଗାମୀ ତାଲିକାରେ ନିଶ୍ଚିତଭାବେ ଘର ପାଇବ ବୋଲି ସେ ସରୋଜିନୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ମଧ୍ୟରେ ତିନିବର୍ଷ ବିତିଯାଇଥିଲେ ମଧ୍ୟ ସରୋଜିନୀ ଘର ପାଇ ନାହାନ୍ତି। ଗତ ମାସରେ ପଞ୍ଚାୟତର ୨ଶହରୁ ଊଦ୍ଧର୍‌ବଙ୍କୁ ଆବାସ ଗୃହ କାର୍ଯ୍ୟାଦେଶ ମିଳିଲା। ତଥାପି ସେଥିରେ ସରୋଜିନୀ ଖରାଙ୍କ ନାମ ନାହିଁ। ତାଲିକାରେ କିନ୍ତୁ ଅନ୍ୟ ଦୁଇ ଜଣ ସରୋଜିନୀଙ୍କ ନାମ ଦେଖି ନିଜକୁ ହତଭାଗୀ ବୋଲି କହିଛନ୍ତି ସରୋଜିନୀ ଖରା। କିଛିଦିନ ତଳେ ଜଣେ ଆସି ଡକ୍ୟୁମେଣ୍ଟ ଦିଅ, ଆଗାମୀ ତାଲିକାରେ ତୁମ ନାମ ଅଛି ଘର ଆସିବା ନେଇ ପ୍ରତିଶ୍ରୁତି ବୋଲି ସରୋଜିନୀ କହିଛନ୍ତି। ତେବେ ଆଗାମୀ ତାଲିକା କେବେ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି। ସ୍ବାମୀ ମୃତ୍ୟୁ ପୂର୍ବରୁ ଘର ପାଇଁ ଲୋକପ୍ରତିନିଧିଙ୍କ ସମେତ ଅନେକ ଅଧିକାରୀ ଅନୁରୋଧ କରିଥିଲେ। ସ୍ବାମୀ ତାଙ୍କ ଜୀବନକାଳରେ ଘର ଟିଏ ପାଇପାରିଲେନି ବୋଲି ସରୋଜିନୀ କହିଛନ୍ତି। ଏ ନେଇ ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ଜଏନ କରିବା ପୂର୍ବରୁ ତାଲିକା ପ୍ରସ୍ତୁତ ହୋଇଥିଲା। ବର୍ତ୍ତମାନ ଏଭଳି କିଛି ଯୋଗ୍ୟ ହିତାଧିକାରୀଙ୍କ ଦୁଃଖ ନଜରକୁ ଆସିଛି। କ’ଣ କରିହେବ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର,୧୫।୪: ବଡ଼ ଖବର। ବିଜେଡିକୁ ମିଳିଛି ୧୮ ସଭାପତି। ଅର୍ଥାତ ୧୮ ଜିଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଙ୍ଗଠନିକ ନିର୍ବାଚନରେ ୧୮ ଜିଲାର...

ତୁମୁଡ଼ିବନ୍ଧରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ତୁମୁଡ଼ିବନ୍ଧ,୧୫।୪(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ସଭାଗୃହରେ ମଙ୍ଗଳବାର ପୂର୍ବାହ୍ନରେ କନ୍ଧମାଳ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ...

କାହିଁକି ୪୦ରୁ ଅଧିକ ବୟସ୍କ ଲୋକଙ୍କୁ ଚାକିରିରୁ କରାଯାଉଛି ଛଟେଇ? ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୪: ବମ୍ବେ ସେଭିଂ କମ୍ପାନୀର ସିଇଓ ଶାନ୍ତନୁ ଦେଶପାଣ୍ଡେ ସମ୍ପ୍ରତି ଏକ ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି, ଯାହା ଆଜିର ସମୟରେ ଏକ...

PhonePe UPI Circle Feature: ୟୁପିଆଇରେ ଆସିଲା ନୂଆ ଫିଚର୍‌, ଏବେ ପେମେଣ୍ଟ କରିବା ହୋଇଯିବ ସହଜ… 

ନୂଆଦିଲ୍ଲୀ,୧୫।୪: ଭାରତରେ ଡିଜିଟାଲ ପେମେଣ୍ଟର ଯୁଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ସମୟରେ ଆପଣ ଗାଁରୁ ସହର ପର୍ଯ୍ୟନ୍ତ ଅନଲାଇନ୍‌ ପେମେଣ୍ଟର ବିକଳ୍ପ ପାଇବେ।...

Gold Down: କମିଲା ସୁନାଦର! ଏବେ ସୁନା ଅଳଙ୍କାର ତିଆରି କଲେ GST-ମେକିଂ ଚାର୍ଜ ମିଶାଇ ଦେବାକୁ ପଡିବ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ,୧୫।୪: ଲଗାତାର ବୃଦ୍ଧି ପରେ ଆଜି ପୁଣି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ୧୫ ଏପ୍ରିଲରେ ସୁନା ଦର ୨୫୦ ଟଙ୍କା...

୧୬ ପିଲା…ପ୍ରେମିକଙ୍କ ପାଇଁ ବଡ଼ କାମ କଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୫।୪: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା କ୍ରିକେଟରୁ ବିରତି ନେଇ ଏବେ ତାଙ୍କ ଜନ୍ମସ୍ଥାନ ସାଙ୍ଗଲିରେ ଛୁଟି କାଟୁଛନ୍ତି। ଏହାର ଟିକିନିକି ଅପ୍‌ଡେଟ୍‌ ସେ...

ଜନସଂଖ୍ୟା ବିସ୍ଫୋରଣ ଏକ ସମସ୍ୟା ଓ ଆହ୍ବାନ ଶୀର୍ଷକ ଆଲୋଚନାଚକ୍ର

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ମଙ୍ଗଳବାର ଭାରତର ଜନସଂଖ୍ୟା ବିସ୍ଫୋରଣ...

ଚାଷୀଙ୍କ ଚେତାବନୀ ସମାବେଶ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣହୁଙ୍କାର

ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ମିଳିତ ଆହ୍ୱାନରେ ଆଜି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image