Categories: ଜାତୀୟ

ଆଲୋଚନା ବିଫଳ ହେଲେ ଆନ୍ଦୋଳନ ଜୋରଦାର

ନୂଆଦିଲ୍ଲୀ,୧।୧: ରାଜଧାନୀର ସିଙ୍ଗୁ ସୀମା ବିକ୍ଷୋଭ ସ୍ଥଳରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୪ ତାରିଖରେ କେନ୍ଦ୍ର ସରକାରଙ୍କ ସହ ହେବାକୁ ଥିବା ପରବର୍ତ୍ତୀ ବୈଠକ ପୂର୍ବରୁ ଚେତାବନୀ ଦେଇଛନ୍ତି କୃଷକ ନେତା। ଯଦି ସମାଧାନ ନ ହୁଏ, ତେବେ ଆନ୍ଦୋଳନ ଆହୁରି ତେଜିବ। ବୈଠକରେ ନେତାମାନେ କୃଷି ଆଇନ ରଦ୍ଦ କରିବା ଏବଂ ଫସଲ ସର୍ବନିମ୍ନ ସହାୟତା ମୂଲ୍ୟ(ଏମଏସପି) ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବି କରିଛନ୍ତି।

Share