ସିଓଲ,୬।୧: ସୋମବାର ଉତ୍ତର କୋରିଆ ଏକ ମଧ୍ୟବର୍ତ୍ତୀ ରେଞ୍ଜ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ସମୁଦ୍ରରେ ଫିଙ୍ଗି ଦେଇଥିଲା। ଦକ୍ଷିଣ କୋରିଆରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ସିଓଲ ଗସ୍ତରେ ଆସିଥିବା ବେଳେ ଏହି ମିଶାଇଲ ପରୀକ୍ଷଣ କରାଯାଇଛି।
ଦକ୍ଷିଣ କୋରିଆର ସୈନ୍ୟ କହିଛନ୍ତି ଯେ ଅପରାହ୍ନରେ ପୂର୍ବରେ ଏହି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଏହାର କିଛି ସମୟ ପରେ ଆଣ୍ଟୋନି ବ୍ଲିଙ୍କେନ ଦକ୍ଷିଣ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସାଙ୍ଗ-ମୋକଙ୍କୁ ଭେଟିଥିଲେ।
ସରକାରୀ ବିବୃତ୍ତି ଅନୁଯାୟୀ, ବ୍ଲିଙ୍କେନ ଦକ୍ଷିଣ କୋରିଆ ପ୍ରତି ଆମେରିକାର ନିରନ୍ତର ସୁରକ୍ଷା ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଉତ୍ତର କୋରିଆର ଉତ୍ତେଜନା ନୀତି ବିରୋଧରେ ଏକ ଦୃଢ ମିଳିତ ପ୍ରତିରକ୍ଷା ଦଳ ଗଠନ କରିବାକୁ କହିଛନ୍ତି।
ଦକ୍ଷିଣ କୋରିଆରେ ସାମରିକ ଆଇନ ଲାଗୁ କରିବା ପରେ ୟୋନ ସୁକ ୟୋଲଙ୍କ ଉwପରେ ମହାଅଭିଯୋଗ ଲଗାଇ ହଟାଇ ଦିଆଯାଇଥିଲା ଏବଂ ଏହା ପରେ ଚୋଇ ସାଙ୍ଗ-ମୋକ କାର୍ଯ୍ୟକାରୀ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ନଭେମ୍ବର ୫ରେ ମଧ୍ୟ ଉତ୍ତର କୋରିଆ ପୂର୍ବ ଉପକୂଳରେ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ସେବେଠାରୁ ଏହା ଉତ୍ତର କୋରିଆର ପ୍ରଥମ ଲଞ୍ଚ ଥିଲା।