ପାରଳାଖେମୁଣ୍ଡି,୨୦ା୫: ସାନଭାଇର ଅନ୍ତେଷ୍ଟିକ୍ରିୟା ନ ସରୁଣୁ ବଡ଼ଭାଇଙ୍କ କରୋନାରେ ମୃତ୍ୟୁ ଘଟିଛି । ପାରଳାଖେମୁଣ୍ଡି ରାଜଦାଣ୍ଡ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୯ ଦିନ ମଧ୍ୟରେ କରୋନାରେ ୨ ଭାଇଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ରାଜଦାଣ୍ଡ ସାହିର ନାଗେଶ୍ୱର ପ୍ରସାଦ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ୧୦ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ୯ ଦିନରେ ସେହି ହସ୍ପିଟାଲରେ ନାଗେଶ୍ୱରଙ୍କ ବଡ଼ଭାଇ ତଥା ଖଣି ଓ ସୁରକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଛି।