କରୋନାରୁ କେବେ ମିଳିବ ମୁକ୍ତି, ମୋଦିଙ୍କ ପରାମର୍ଶଦାତା ଦେଲେ ସୂଚନା…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ୍‌ ହେବା ଯୋଗୁ ସଙ୍କଟ ବଢିଛାଲିଛି। ତେବେ କରୋନା ସଂକ୍ରମଣ ମେ’ ଦ୍ୱିତୀୟ ସପ୍ତାହରେ ଶୀର୍ଷରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା କେ.ବି. ସୁବ୍ରମଣ୍ୟମ୍‌ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମହାମାରୀ ସମ୍ପର୍କରେ ମୋର କୌଣସି ଅଭିଜ୍ଞତା ନାହିଁ। କିନ୍ତୁ କାନପୁର ଆଇଆଇଟି ଶିକ୍ଷାର୍ଥୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମ୍ୟାଥମେଟିକାଲ ମଡେଲିଂ ଆଧାରରେ ଦେଶରେ କରୋନା ମହାମାରୀ ମେ’ ମଧ୍ୟ ଭାଗ ବେଳକୁ ଅସମ୍ଭାଳ ହେବ ବୋଲି ଉଲ୍ଲେଖ କରାଯାଇଥିବା ସେ କହିଛନ୍ତି। ତେବେ ଏତେ ଶୀଘ୍ର ସହଜରେ କରୋନାରୁ ମୁକ୍ତି ମିଳିବନି। ଦ୍ୱିତୀୟ ଲହର ଅଧିକ ଭୟଙ୍କର ହେବାର ଆଶଙ୍କା ରହିଥିବା ସେ କହିଛନ୍ତି। ମାତ୍ର ଏହାର ଅଧିକ ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବନି ବୋଲି ସେ କହିଛନ୍ତି।

Share