କେବେ ଦ୍ୱିତୀୟ ଲହରରୁ ମିଳିବ ମୁକ୍ତି, ସୂଚନା ଦେଲେ ବୈଜ୍ଞାନିକ…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କେବେ ଦ୍ୱିତୀୟ ଲହରରୁ ଭାରତକୁ ମୁକ୍ତି ମିଳିବ ନେଇ ଅଶୋକ ବିଶ୍ୱବିଦ୍ୟାଳୟର ତ୍ରିବେଦି ସ୍କୁଲ୍‌ ଅଫ୍‌ ବାୟୋ ସାଇନ୍ସ୍‌ର ନିର୍ଦ୍ଦେଶକ ଖ୍ୟାତି ସମ୍ପନ୍ନ ଭୂତାଣୁ ବିଶେଷଜ୍ଞ ବୈଜ୍ଞାନିକ ଶାହିଦ୍‌ ଜମିଲ୍‌ କହିଛନ୍ତି ଯେ, ଦେଶରେ ଧୀରେଧୀରେ ଦ୍ୱିତୀୟ ଲହର ଧିମା ପଡ଼ିବାରେ ଲାଗିଛି। ଜୁଲାଇ ପ୍ରର୍ଯ୍ୟନ୍ତ ଦ୍ୱିତୀୟ ଲହର ପ୍ରଭାବ ଜାରି ରହିବାର ସମ୍ଭାବନା ଥିବା ସେ କହିଛନ୍ତି। ତେବେ ସଚେତନତା ସହିତ ଧର୍ଯ୍ୟ ଧରି ଦ୍ୱିତୀୟ ଲହର ବିରୋଧରେ ଲଢ଼େଇ ଜାରି ରଖିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି। ଏକ ଅନ୍‌ଲାଇନ୍‌ ସାକ୍ଷାତ୍‌କାରରେ ଜମିଲ୍‌ ଏଭଳି ମତପୋଷଣ କରିଛନ୍ତି। ଏବେ ଦେଶରେ ଦ୍ୱିତୀୟ ଲହର ଶୀର୍ଷରେ ପହଞ୍ଚିଛି। ଏହାପରେ ସଂକ୍ରମଣର ବେଗ ହ୍ରାସ ପାଇବ ବୋଲି ସେ କହିଛନ୍ତି।

Share