କେବେ ଦିଆଯିବ କରୋନା ଟିକା: ଲୋକଙ୍କ ପାଖକୁ ଏସ୍‌ଏମ୍‌ଏସ୍‌ ପଠାଇବେ ସରକାର

ନୂଆଦିଲ୍ଲୀ,୨୫।୧୧: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ପିଫାଇଜର, ମୋଡେର୍ନା, ଆଷ୍ଟ୍ରାଜେନିକା ଏବଂ ସ୍ପୁଟନିକ୍‌-ଭି ଆଦି ୪ଟି କରୋନା ପ୍ରତିଷେଧକ ଟିକାର କ୍ଲିନିକାଲ ପରୀକ୍ଷା ବେଶ୍‌ ଉତ୍ସାହ ଜନକ ରହିଛି। ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ ଆଷ୍ଟ୍ରାଜେନିକାର ସଫଳତାର ହାର ୮୦.୪ ପ୍ରତିଶତ ରହିଥିବାବେଳେ ଅନ୍ୟ ୩ଟି ଟିକାର ସଫଳତା ହାର ୯୦ ପ୍ରତିଶତରୁ ଅଧିକ ରହିଛି। ତେବେ ଆଷ୍ଟ୍ରାଜେନିକା ବିଶେଷ କ୍ଷେତ୍ରରେ ୯୦ ପ୍ରତିଶତରୁ ଅଧିକ ସଫଳ ରହିଥିବା ଜଣାପଡ଼ିଛି। ରୁଷ୍‌ ଟିକା ସ୍ପୁଟନିକ୍‌-ଭିକୁ ଛାଡ଼ି ଅନ୍ୟ ୩ଟି ଟିକା ଅନୁମୋଦନ ପାଇଁ ଭାରତୀୟ ଡ୍ରଗ୍‌ ନିୟନ୍ତ୍ରକଙ୍କ ପାଖକୁ ଯାଇଛି। ତେବେ ଟିକାର ଅନୁମୋଦନ ମିଳିବା ପରେ ଏହା ଲୋକଙ୍କ ଦିଆଯିବ। ଏନେଇ ଭାରତ ସରକାର ନେଟ୍‌ ଓ୍ବାର୍କ ମ୍ୟାପିଂ ଶେଷ କରିଛନ୍ତି। କାହାକୁ କେବେ ଟିକା ଦିଆଯିବ ତାହାର ଯୋଜନା ପ୍ରସ୍ତୁତ କରାଯାଇଛି। ଏନେଇ ସରକାର ଲୋକଙ୍କ ପାଖକୁ ଏସ୍‌ଏମ୍‌ଏସ୍‌ ପଠାଇବେ। ସେହିପରି ଟିକା ନେବା ପରେ ଏକ ପ୍ରମାଣ ପତ୍ର ମଧ୍ୟ ଦିଆଯିବ। ଟିକାର ପାର୍ଶ୍ୱପ୍ରତିକ୍ରିୟାକୁ ମନିଟରିଂ କରାଯିବ।

Share