ରାଜ୍ୟରେ କେବେଠୁ ଲାଗୁହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା? ମନ୍ତ୍ରୀ କହିଲେ…

ଭୁବନେଶ୍ୱର୧।୧୦: ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ସ୍ବାସ୍ଥ୍ୟବୀମା ଖୁବଶୀଘ୍ର ଲାଗୁ ହେବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଙ୍ଗଳବାର ସୂଚନାଦେଇଛନ୍ତି। ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକ ପାଇବେ ସ୍ବାସ୍ଥ୍ୟକାର୍ଡ। କାର୍ଡରେ ଦେଶର ୨୭ ହଜାର ହସ୍ପିଟାଲରେ ସ୍ବାସ୍ଥ୍ୟସେବା ପାଇ ପାରିବେ। ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ମଧ୍ୟ ପାଇବେ ସ୍ବାସ୍ଥ୍ୟ ବୀମା ସୁବିଧା। ଆୟୁଷ୍ମାନରେ ୬୭ ଲକ୍ଷ ପରିବାର, ଗୋପବନ୍ଧୁରେ ୩୩ ଲକ୍ଷ ପରିବାର ସାମିଲ ହେବେ। ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।

ଦେଶର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଆୟ ବର୍ଗର ଲୋକଙ୍କୁ ସ୍ବସ୍ଥ୍ୟ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଦେଶର ପ୍ରାୟ ୫୦ କୋଟି ଲୋକ ଉପକୃତ ହୋଇସାରିଛନ୍ତି। ଯଦି ଆପଣ ଆୟୁଷ୍ମାନ କାର୍ଡ ତିଆରି କରିବାକୁ ଚାହୁଁଛନ୍ତି, ତେବେ କିଛି ଜିନିଷକୁ ଧ୍ୟାନରେ ରଖିବା ଜରୁରୀ। ସରକାର ଏଥିପାଇଁ ଉପଯୁକ୍ତ ମାନଦଣ୍ଡ ସ୍ଥିର କରିଛନ୍ତି।

ସରକାରୀ ନିୟମ ବିଷୟରେ କହିବାକୁ ଗଲେ ଆୟୁଷ୍ମାନ ଭାରତ କାର୍ଡ ତିଆରି କରିବା ପାଇଁ କିଛି ମାନଦଣ୍ଡ ପୂରଣ କରିବା ଆବଶ୍ୟକ। ଏଥିପାଇଁ ଏସ୍‌ସି-ଏସ୍‌ଟି କିମ୍ବା ଇଡବ୍ଲ୍ୟୁଏସ୍‌ ବର୍ଗର ହୋଇଥିବା ଆବଶ୍ୟକ। ଆହୁରି ମଧ୍ୟ, ଆପଣଙ୍କର ରୋଜଗାର ପ୍ରତି ମାସରେ ୧୦,୦୦୦ରୁ ଅଧିକ ହୋଉନଥିବ। ଏହାର ଅଧିକାଂଶ ଲାଭ ସେହି ଲୋକଙ୍କୁ ଦିଆଯାଉଛି ଯେଉଁମାନଙ୍କର ସ୍ଥାୟୀ ଘର କିମ୍ବା ନିଜସ୍ବ କୃଷି ଜମି ନାହିଁ । ତଥାପି, ଆବେଦନ କରିବା ପୂର୍ବରୁ, ଆପଣ ନିଶ୍ଚିତ ଭାବରେ ଜାଣି ରଖିବା ଉଚିତ୍‌ ଯେ ଆୟୁଷ୍ମାନ ଭାରତ କାର୍ଡ କେଉଁମାନେ ତିଆରିକରିପାରିବ ନାହିଁ। ଯେଉଁମାନେ ଆୟୁଷ୍ମାନ ଭାରତ କାର୍ଡ ତିଆରି କରନ୍ତି ସେମାନେ ଅନେକ ପ୍ରକାରର ଚିକିତ୍ସା ସୁବିଧା ପାଆନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣରେ ବୋନସ୍‌ ଦାବି ତେଜିଲା, ନ ମିଳିଲେ…

ରାଉରକେଲା,୧।୧୦(ବିପ୍ଳବ ରଞ୍ଜନ ଦାଶ): ଆର୍‌ଏସ୍‌ପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ବୋନସ୍‌ ପ୍ରଦାନ ଦାବି ନେଇ ରାଉରକେଲା ହିନ୍ଦ୍‌ ମଜଦୁର ସଭା ଓ ଜିଲା ଶିଳ୍ପାଞ୍ଚଳ ଶ୍ରମିକ...

ବ୍ଲାକଲିଷ୍ଟ ସଂସ୍ଥାକୁ ଦିଆଯାଇଛି ଆର୍‌ଆଇ, ଅମିନ ପରୀକ୍ଷା ଦାୟିତ୍ୱ: ଆଇଟି ମନ୍ତ୍ରୀ ଦେଲେ ବଡ଼ ମନ୍ତବ୍ୟ

ଭୁବନେଶ୍ୱର,୧ା୧୦: ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ମଧ୍ୟରେ ବଡ...

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌

କଟକ,୧।୧୦: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ବଡ଼ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ମଙ୍ଗଳବାର ହାକକୋର୍ଟ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି।...

ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଫିସର: ଲାଞ୍ଚନେଇ ….

କେନ୍ଦ୍ରାପଡା,୧ା୧୦: କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଷ ମଜୁମଦାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଲାଇସେନ୍ସ କରାଇ ଦେବା ପାଇଁ ଲାଞ୍ଚ ନେବାବେଳେ ଫୁଡ୍‌ ସେଫ୍ଟି...

ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ୨ ଯୁବକଙ୍କ ଜୀବନ ଗଲା

ପୁରୀ,୧।୧୦(ଅଜିତ କୂମାର ମହାନ୍ତି): ପୁରୀର ନରେନ୍ଦ୍ର ପୁଷ୍କରିଣୀଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜେଜେମା’ଙ୍କ ଶ୍ରାଦ୍ଧ ଦେବା ପାଇଁ ପୁରୀ ଆସିଥିବା ଦୁଇ...

ରାଜନୈତିକ ରୁଟି ସେକିବାକୁ ନବୀନଙ୍କ ସାମ୍ପ୍ରଦାୟିକ ବୟାନବାଜି, କାହିଁକି ଏମିତି କହିଲେ ଏହି ଭାଜପା ନେତା

ଭୁବନେଶ୍ୱର,୧ା୧୦: ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛି ଭାଜପା। ଦଳ କହିଛି, ନବୀନଙ୍କ ବକ୍ତବ୍ୟରୁ ଜଣାପଡୁଛି ସେ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି।...

ଗାଦିମଡ଼ା ଅଧିକାରୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ, କହିଲେ ସମ୍ପୂର୍ଣ୍ଣ ତଥ୍ୟ ନେବାକୁ…

କଟକ,୧ା୧୦: ଡିସିପି ଅଫିସରେ ପହଞ୍ଚି କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି ନୂଆ ପୋଲିସ କମିଶନର...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ପ୍ରତି ପରିବାରକୁ ମିଳିବ…

ଭୁବନେଶ୍ୱର,୧।୧୦: BSKYକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଖୁବଶୀଘ୍ର ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri