
ନୂଆଦିଲ୍ଲୀ,୨୪।୩: ସିଜିନର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରିତ ବୁମରାଙ୍କ ବିନା ଖେଳିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଚେନ୍ନାଇ ସୁପର କିଙ୍ଗ୍ସ ୪ ୱିକେଟରେ ପରାସ୍ତ କରିଥିଲା। ଏବେ ମୁମ୍ବାଇ ଇଣ୍ଡିଆନ୍ସ ସେମାନଙ୍କର ପରବର୍ତ୍ତୀ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମଇଦାନକୁ ଓହ୍ଲାଇବ। ସେହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିବ, କିନ୍ତୁ ଦ୍ରୁତ ବୋଲର ଜସପ୍ରିତ ବୁମରା କେବେ ଫେରିବେ? ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ସହାୟକ ପ୍ରଶିକ୍ଷକ ପାରସ ମାହାମ୍ବରେ। ଜସପ୍ରିତ ବୁମରା କେବେ ଦଳରେ ଯୋଗ ଦେଇପାରିବେ ତାହା ପାରସ ମାହାମ୍ବରେ କହିଥିଲେ।
ପାରସ ମାହାମ୍ବରେଙ୍କ ଅନୁଯାୟୀ, ଜସପ୍ରିତ ବୁମରାଙ୍କ ଫେରିବା ପାଇଁ ସମୟ ଲାଗିପାରେ। ସେ କହିଛନ୍ତି ଯେ ଜସପ୍ରିତ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି। ଜାତୀୟ କ୍ରିକେଟ ଏକାଡେମୀରୁ ନିରନ୍ତର ସୂଚନା ମିଳୁଛି। ଜସପ୍ରିତଙ୍କ ସୁସ୍ଥତାରେ ଆମେ ଖୁସି। କିନ୍ତୁ ସେ କେବେ ଫେରିବେ ମୁଁ କହିପାରିବି ନାହିଁ? ଦଳ ପରିଚାଳନାର ଶୀର୍ଷ ବ୍ୟକ୍ତିମାନେ ଏହା ଭଲ ଭାବରେ କହିପାରିବେ କାରଣ ସେମାନେ ଜାତୀୟ କ୍ରିକେଟ ଏକାଡେମୀ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ତଥାପି, ମୁଁ ଚାହେଁ ଯେ ଜସପ୍ରିତ ଯଥାଶୀଘ୍ର ଫେରି ଆସନ୍ତୁ କାରଣ ସେ ମୁମ୍ବାଇ ଇଣ୍ଡିଆନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଆସିଛନ୍ତି।