Categories: ଖେଳ

ଧୋନୀ କେବେ ଖୋଲିବେ ନିଜର ୟୁଟ୍ୟୁବ ଚ୍ୟାନେଲ୍‌: ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୩।୧୨: ଆଜିକାଲି ଅନେକ ପୂର୍ବତନ କ୍ରିକେଟର ନିଜର ୟୁଟ୍ୟୁବ ଚ୍ୟାନେଲ ଚଳାଉଛନ୍ତି। ଏହି ତାଲିକାରେ ଅନେକ ବଡ ନାମ ସାମିଲ ଅଛି। କିନ୍ତୁ ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିବେ କି? ତେବେ ଧୋନୀ ଏହି ପ୍ରଶ୍ନର ଏକ ମଜାଳିଆ ଉତ୍ତର ଦେଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ କହିଛନ୍ତି, ମୁଁ ଭାବୁ ନାହିଁ ଯେ ମୁଁ ମୋର ୟୁଟ୍ୟୁବ ଚ୍ୟାନେଲ ଚଳାଇ ପାରିବି। ମୁଁ ସେହି ପ୍ରକାରର ବ୍ୟକ୍ତି ଯିଏ ଥରେ ଏକ ଭିଡିଓ ପୋଷ୍ଟ କଲେ ବର୍ଷ ବର୍ଷ ପର୍ଯ୍ୟନ୍ତ କୁଆଡେ ଅଦୃଶ୍ୟ ହୋଇଯିବି। ଅର୍ଥାତ୍‌ ମୁଁ ଭିଡିଓ ପୋଷ୍ଟ କରିପାରିବି ନାହିଁ।
ମହେନ୍ଦ୍ର ସିଂ ଧୋନୀ ବିଶ୍ୱାସ କରନ୍ତି, ଅନ୍ୟାନ୍ୟ ପୂର୍ବତନ କ୍ରିକେଟରଙ୍କ ପରି ସେ ମଧ୍ୟ ନିଜ ୟୁଟ୍ୟୁବ ଚ୍ୟାନେଲ ଚଳାଇ ପାରିବେ ନାହିଁ। ମାହି ଏହା ପଛର କାରଣ ଦର୍ଶାଇଛନ୍ତି ଯେ, ସେ ନିୟମିତ ଭିଡିଓ ପୋଷ୍ଟ କରିପାରିବେ ନାହିଁ।
ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି। ତେବେ ମାହି ଏବେ ବି ଆଇପିଏଲରେ ଖେଳୁଛନ୍ତି।

Share