Categories: ଜାତୀୟ

ରାଷ୍ଟ୍ରରକ୍ଷା-ସୁରକ୍ଷା ନେଇ କେବେ ଆଶ୍ୱାସନା ଦେବେ ମୋଦି: ରାହୁଲ

ନୂଆଦିଲ୍ଲୀ, ୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଘେରିବା ଉଦ୍ୟମ କରାଯାଉଛି। ରବିବାର ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ପରେ ରବିବାର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କଟାକ୍ଷ କରିଛନ୍ତି। ରାହୁଲ ଟୁଇଟ୍‌ କରି କହିଛନ୍ତି ଯେ, ମୋଦି ରାଷ୍ଟ୍ରରକ୍ଷା ଏବଂ ସୁରକ୍ଷା ନେଇ କେବେ ଆଶ୍ୱାସନା ଦେବେ। ଚାଇନା ଭାରତର କିଛି ଅଞ୍ଚଳ ମାଡ଼ି ବସିଛି। ଏନେଇ ପ୍ରଧାନମନ୍ତ୍ରୀ ସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇବାର ଆବଶ୍ୟକତା ଥିବା ରାହୁଲ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଶନିବାର ରାହୁଲ ଦେଶରେ ବଢ଼ିଚାଲିଥିବା କରୋନା ସଂକ୍ରମଣ ନେଇ ମୋଦିଙ୍କୁ ଟାର୍ଗେଟ କରିଥିଲେ। କରୋନା ଲଢ଼େଇରେ ମୋଦି ଆତ୍ମସମର୍ପଣ କରିଥିବା ରାହୁଲ କହିଥିଲେ। ରାହୁଲଙ୍କ ମନ୍ତବ୍ୟ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।

Share