କେବେ କମିବ ପିଆଜଦର: ମନ୍ତ୍ରୀଙ୍କୁ ବ୍ୟବସାୟୀ ମହାସଂଘର…

ଭୁବନେଶ୍ୱର,୧୩।୧୦: ପରିବା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହା ସହ ପିଆଜ ଓ ଟମାଟୋ ଚିନ୍ତା ବଢ଼ାଉଛି। ଏହା ଏବେ ଚିନ୍ତାର ବିଷୟ ହୋଇଥିବା ବେଳେ ଦର ନିୟନ୍ତ୍ରଣରେ ସରକାରଙ୍କ ବେଲଗାମ ମନୋଭାବ ଅସହ୍ୟ ହେଉଛି। ବିଭାଗୀୟ ମନ୍ତ୍ରୀଙ୍କୁ ମନ୍ତବ୍ୟକ ବ୍ୟବସାୟୀ ମହାସଂଘ ସମାଲୋଚନା କରିଛି।
ଦରବୃଦ୍ଧି ସମୟରେ ନାଫେ ନିଜ ପାଖରେ ରଖିଥିବା ୨ଲକ୍ଷ ଟନ ପିଆଜ କେଉଁ କାମରେ ଲାଗୁଛି ବୋଲି ସଂଘ ପ୍ରଶ୍ନ କରିଛି। ପ୍ରତିବର୍ଷ ବର୍ଷା ହେଲେ ଅମଳ କମିଥାଏ। ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ଏହି ସମୟରେ ସରକାର ଆଗକୁ ଆସି ନାଫେ ଜରିଆରେ ପିଆଜ ରାଜ୍ୟକୁ ଆଣିବା ପାଇଁ ବ୍ୟବସ୍ଥା କରିବା କଥା। ବ୍ୟବସାୟୀ ମହାସଂଘ ସହ ସରକାର ମଧ୍ୟ କଥା ହେଉନାହାନ୍ତି। ବାରମ୍ବାର ଅନୁରୋଧ ପରେ ବି ସରକାର କିଛି ପଦକ୍ଷେପ ନେଉନାହାନ୍ତି। ସରକାର କେବଳ ଭାଷଣ ମାରିବାରେ ବ୍ୟସ୍ତ। ବାକ୍ୟବୀର ନ ହୋଇ କର୍ମବୀର ହେଲେ ଲୋକଙ୍କ ମଙ୍ଗଳ ହୁଅନ୍ତା ବୋଲି ବ୍ୟବସାୟୀ ମହାସଂଘ କହିଛି । ପିଆଜ ଦର କମାଇବାରେ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଏବଂ ଏହାକୁ ସଠିକ ଭାବେ ତୁଲାଇବାକୁ ସଂଘ ଦାବି କରିଛି । ପିଆଜର ପାଇକାରୀ ଦର କିଲୋ ପିଛା ୪୦ରୁ ୪୫ ଥିବା ବେଳେ ଖୁଚୁରା ଦୋକାନରେ ଏହା ୬୦ରୁ ୬୫ ଟଙ୍କାରେ ବିକ୍ରି ହେଉଛି । ଏ କ୍ଷେତ୍ରରେ ମାର୍କେଟ ଇଣ୍ଟେଲିଜେନ୍ସ ବି ଫେଲ ମାରିଥିବା ସ୍ପଷ୍ଟ ହୋଇଛି । ଲଗାତାର ବର୍ଷା ଯୋଗୁଁ ଅମଳ କମିଥିବାରୁ ପିଆଜ ଯୋଗାଣ କମିଛି। କିଛି ଦିନ ମଧ୍ୟରେ ପିଆଜ ସମସ୍ୟାର ସମାଧାନ ହେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।
କେବଳ ପିଆଜ ନୁହେଁ, ପୂଜା ପାର୍ବଣ ସମୟରେ ବଜାର ଦର ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଛି।

Enter your email to get our daily news in your inbox.

All Right Reserved By Dharitri.Com

କଟକ ବାଲିଯାତ୍ରାରେ ଏଥର ବଲିଉଡ୍‌ ନାଇଟ୍‌, ଆକର୍ଷଣ ପାଲଟିବେ ଏହି ବଡ଼ ଷ୍ଟାର୍‌

କଟକ,୧୬ା୧୦: ଏଥର କଟକ ବାଲିଯାତ୍ରାରେ ହେବ ବଲିଉଡ୍‌ ନାଇଟ୍‌ ଶୋ’ । ଏନେଇ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସୂଚନା ଦେଇଛନ୍ତି। ବାଲିଯାତ୍ରାକୁ ବଲିଉଡ୍‌ ଗାୟକ...

ପୁରୀ ସହରକୁ ଜଗିବ ସିସିଟିଭି

ପୁରୀ,୧୬ା୧୦: ପୁରୀ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ। ଏନେଇ ରାଜ୍ୟ ସରକାରଙ୍କୁ...

ଆଇନମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ହଟିବ ଅଦରକାରୀ…

ଭୁବନେଶ୍ୱର,୧୬ା୧୦: ରାଜ୍ୟ ସରକାର ଖୁବ୍‌ଶୀଘ୍ର ଲ-ରିଭିଜନ କମିଶନ ଗଠନ କରିବେ। କମିଶନ ଗଠନ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଅପ୍ରାସଙ୍ଗିକ ଓ ଅଦରକାରୀ...

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

କାହିଁକି ବିଜେଡି ଛାଡୁଛନ୍ତି ନେତା, ଭିତିରି କଥା କହିଦେଲେ ସନ୍ତୃପ୍ତ

ଭୁବନେଶ୍ୱର,୧୬।୧୦: ବିଜେଡି ନେତା ଦଳ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସନ୍ତୃପ୍ତ...

ସନ୍ତୃପ୍ତ ମିଶ୍ରଙ୍କ ବୟାନକୁ ନେଇ ଓଡ଼ିଶା ରାଜନୀତିରେ ହଲଚଲ, ଯୋଗାଯୋଗରେ ବହୁ ଭାଜପା ନେତା…

ଭୁବନେଶ୍ୱର,୧୬।୧୦: ବିଜେଡି ନେତା ଦଳ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସନ୍ତୃପ୍ତ...

ପୁଣି ଦେବାଶିଷଙ୍କ ବିସ୍ଫୋରକ ବୟାନ, ପାଣ୍ଡିଆନଙ୍କୁ ନେଇ କହିଲେ…

ଭୁବନେଶ୍ୱର,୧୬।୧୦: ପୁଣି ଦେବାଶିଷଙ୍କ ବିସ୍ଫୋରକ ବୟାନ। ଖୋଲାଖୋଲି କାର୍ତ୍ତିକ ପାଣ୍ଡିଆନଙ୍କ ନାଁ ନେଇ ବଡ଼ ବୟାନ ଦେଇଛନ୍ତି ଦେବାଶିଷ। ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ...

ଆସୁଛି ବଡ଼ ବାତ୍ୟା! ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ…

ଭୁବନେଶ୍ୱର,୧୬।୧୦: ପୁଣି ଡରାଇଲାଣି ଅକ୍ଟୋବର ମାସ। ଓଡିଶାକୁ ବାତ୍ୟା ଆଶଙ୍କା ଥିବା ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରିଛି । ଚିତ୍ର ସ୍ପଷ୍ଟ ହୋଇନଥିଲେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri