ଫିଲ୍ମ ଶୁଟିଂକୁ କେବେ ଫେରିବେ ଶେହନାଜ୍‌? ପ୍ରଯୋଜକ କହିଲେ…

ବମ୍ବେ: କଥିତ ପ୍ରେମିକ ସିର୍ଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ଗାୟିକା ତଥା ଅଭିନେତ୍ରୀ ଶେହନାଜ ଗିଲ। ଦିଲଜିତ ଦୋସାଞ୍ଝଙ୍କ ସହ ଫିଲ୍ମ ‘ହୋସଲା ରଖ୍‌’ ଶୁଟିଂ କରୁଥିବା ବେଳେ ସେ ଦୁଃଖଦ ଖବର ଶୁଣିଥିଲେ। ସେବେଠାରୁ ଶୁଟିଂ ବନ୍ଦ ରହିଥିଲା। ଏବେ ପୁଣି ଥରେ ଶେହନାଜ ଶୁଟିଂ ଆରମ୍ଭ କରିବେ ବୋଲି କୁହାଯାଉଛି।

ଫିଲ୍ମ ନିର୍ମାତା ପ୍ରଥମେ ସେପ୍ଟେମ୍ବର ୧୫ରେ ପ୍ରମୋଶନାଲ ଗୀତ ଶୁଟିଂ କରିବେ ବୋଲି ଭାବିଥିଲେ। ହେଲେ ଏହାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା। କାରଣ ଶେହନାଜ ଶୁଟିଂ କରିବା ସ୍ଥିତିରେ ନ ଥିଲେ।

ଏବେ ଶେହନାଜ ନିଜେ ଦୁଃଖଦ ସ୍ଥିତିରୁ ବାହାରକୁ ଆସିବା ପରେ ଶୁଟିଂ ଆରମ୍ଭ କରାଯିବ। ଏହାକୁ ନେଇ ଖୁବ୍‌ଶୀଘ୍ର ପ୍ରଯୋଜକ ନୂଆ ଡେଟ୍‌ ଫାଇନାଲ କରିବେ। ସେ ଶେହନାଜ ମ୍ୟାନେଜରଙ୍କ ସହ ସମ୍ପର୍କ କରିଥିବା ଜଣାପଡ଼ିଛି।
ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହନାଜ ବାହାରକୁ ଆସୁନାହାନ୍ତି। ଡିପ୍ରେସନକୁ ଚାଲି ଯାଇଥିବା ହେତୁ ତାଙ୍କୁ ସିଦ୍ଧାର୍ଥଙ୍କ ପରିବାରଠାରୁ ଆରମ୍ଭ କରି ଅନେକ କଳାକାର ତାଙ୍କୁ ବୁଝାଉଥିବା ଦେଖାଯାଇଛି।

Share