କେବେ ଆସିବ ସେହି ଶୁଭଦିନ: ଦିନ ଗଣୁଛନ୍ତି ବରୁଣ

ବରୁଣ ଧାଓ୍ବନ ଏବେ ଦିନ ଗଣିବାରେ ବ୍ୟସ୍ତ। କାରଣ ସେ ଯେଉଁ ଫିଲ୍ମଟିକୁ ନେଇ ଢ଼େର ଆଶା ବାନ୍ଧି ବସିଛନ୍ତି ତାହା ଚଳିତ ବର୍ଷ ଡିସେମ୍ବର ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି। ତେଣୁ ସେ ବେଶ୍‌ ଉତ୍ସୁକତାର ସହ ସେହି ଶୁଭ ଦିନକୁ ଚାହିଁ ବସିଛନ୍ତି। ଏହି ଫିଲ୍ମଟିର ଟାଇଟଲ ରହିଛି ‘ବେବି ଜନ୍‌’। ଏଥିରେ ବରୁଣ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି। ଚିତ୍ରଟିର କାହାଣୀ ରଚନା କରିଛନ୍ତି ଅନ୍ୟତମ ଆଗଧାଡିର ନିର୍ଦ୍ଦେଶକ ତଥା କାହାଣୀକାର ଅଟଲି। ଏହାକୁ ଆଧାର କରି ସଂଳାପ ରଚନା କରିଛନ୍ତି ସୁମିତ ଆରୋରା। ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି କାଲିସ୍‌। ଫିଲ୍ମ ବିଷୟରେ ବରୁଣ କହନ୍ତି, ”ଏହି ଫିଲ୍ମର କାହାଣୀରେ ରହସ୍ୟ ରୋମାଞ୍ଚ ଭରି ରହିଛି। ଜଣେ ପୋଲିସ ଅଫିସରର ଜୀବନୀକୁ ନେଇ କାହାଣୀ ଗତିଶୀଳ। “ ଏହି ଫିଲ୍ମରେ ବରୁଣଙ୍କ ଅପୋଜିଟ୍‌ରେ ଅଛନ୍ତି କୀର୍ତ୍ତି ସୁରେଶ। ଜ୍ୟାକି ଶ୍ରଫଙ୍କୁ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

୨୮ ଆସନ ହରେଇବ ବିଜେଡି: ଦେବାଶିଷ

ଭୁବନେଶ୍ୱର, ୬ା୪(ସୁନିତ୍‌ ମିଶ୍ର): ଉପକୂଳ ଅଞ୍ଚଳର ୨୮ଟି ବିଧାନସଭା ଆସନରେ ସଂଖ୍ୟାଲଘୁଙ୍କ ସଂଖ୍ୟା ବହୁ ଅଧିକ ରହିଛି। ଏଥିମଧ୍ୟରୁ ଗୋଟିଏ ଗୋଟିଏ ଆସନରେ ସଂଖ୍ୟାଲଘୁଙ୍କ ସଂଖ୍ୟା...

ସକାଳୁ ସକାଳୁ ଭୁବନେଶ୍ୱରରେ ବଡ଼ ଦୁର୍ଘଟଣା, ପୁରୀ ଯାଉଥିବାବେଳେ ଓଲଟିଲା ବସ୍‌

ଭୁବନେଶ୍ୱର,୬।୪: ସକାଳୁ ସକାଳୁ ଭୁବନେଶ୍ୱରରେ ବଡ଼ ଦୁର୍ଘଟଣା। ଉତ୍ତରା ଛକରେ ଓଲଟିଛି ଟୁରିଷ୍ଟ ବସ୍‌। ଭୁବନେଶ୍ବର ଉତ୍ତରା ଛକରେ ହୋଇଛି ବଡ଼ ଦୁର୍ଘଟଣା। ଟୁରିଷ୍ଟ ବସ...

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image