କେବେ ଘୋଷଣା ହେବ କଂଗ୍ରେସ ବିଧାୟକ ଦଳ ନେତା: ପ୍ରଭାରୀ କଲେ ଘୋଷଣା

ଭୁବନେଶ୍ୱର, ୧୯।୬(ସୁନିତ୍‌ ମିଶ୍ର):ଆସନ୍ତା ୩ରୁ ୪ ଦିନ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା କିଏ ହେବେ ତାହା ଘୋଷଣା ହୋଇଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ପ୍ରଭାରୀ ଅଜୟ କୁମାର କହିଛନ୍ତି। ଅନ୍ୟପଟେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର କଂଗ୍ରେସ ବିଧାୟକମାନଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ନୂତନ ଭାବେ ଅନେକ ବିଧାୟକ ଜିତିଥିବାରୁ ରାଜ୍ୟରେ ସେମାନଙ୍କ ଆଭିମୁଖ୍ୟ କିପରି ରହିବ ସେନେଇ ଆଲୋଚନା ହେବ ବୋଲି ଶରତ କହିଛନ୍ତି। ଏହାସହ ଏକ ରାତ୍ରିଭୋଜନ କାର୍ଯ୍ୟକ୍ରମ ଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ଦିଲ୍ଲୀରୁ କୌଣସି ସମୟରେ ବିଧାୟକ ଦଳ ନେତା କିଏ ହେବେ ସେନେଇ ଘୋଷଣା ହୋଇପାରେ ବୋଲି ସେ କହିଛନ୍ତି।

Share