୧୭ ପରେ ଆପ୍ଲାଏ କରିଥିବା ହିତାଧିକାରୀଙ୍କୁ କେବେ ମିଳିବ ଟଙ୍କା? ଜାଣନ୍ତୁ…

ଭୁବନେଶ୍ୱର,୧୭।୯: ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଜନ୍ମଦିନରେ ଓଡିଶାରେ ମହିଳାମାନଙ୍କୁ ବଡ ଭେଟି ପ୍ରଦାନ କରିଛନ୍ତି ପିିଏମ । ଏହି ଅବସରରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜି ଓଡିଶାର ପ୍ରାୟ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ଖାତାକୁ ଯାଇଛି ସୁଭଦ୍ରା ଟଙ୍କା। ତେବେ ଆଜି ଅଧିକାଂଶ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିଥିବା ବେଳେ ଅନେକଙ୍କୁ ଏହି ଟଙ୍କା ମିଳିନାହିଁ । ଯାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି ।

ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ସୂଚନା ଅନୁସାରେ, ୧୭ ତାରିଖ ଅର୍ଥାତ ଆଜି ପରେ ଆବେଦନ କରୁଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ । ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବାକ ର୍ନିଦ୍ଦିଷ୍ଟ କୌଣସି ସମୟ ସୀମା ନାହିଁ । ଜଣେ ଚାହିଁଲେ ବର୍ତ୍ତମାନ ମଧ୍ୟ ରେଜିଷ୍ଟ୍ରେସନ କରିପାରିବ । କିନ୍ତୁ ୧୫ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କୁ ଆଜି ଟଙ୍କା ମିଳିବ । ଆଜି ଅର୍ଥାତ ୧୭ ତାରିଖ ପରେ ଆବେଦନ କରିଥିବା ମହିଳାମାନେ ଏଥିରୁ ବଞ୍ଚିତ ହେବେ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ।

ସୁଭଦ୍ରା ପାଇଁ ପ୍ରଥମେ ପରୀକ୍ଷା ମୂଳକ ଭାବରେ ୧ ଟଙ୍କା ପଠାଇଥିଲେ ରାଜ୍ୟ ସରକାର । ତେବେ ଯେଉଁମାନଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇଥିଲା ଏବଂ ଯେଉଁମାନଙ୍କର ଯାଇ ବି ନ ଥିଲା ସେମାନଙ୍କ ଆକାଉଣ୍ଟକୁ ଯାଇଛି ୪,୯୯୯ ଟଙ୍କା। କିନ୍ତୁ ଯେଉଁମାନେ ୧୫ ପରେ ଆବେଦନ କରିଥିବେ ସେମାନଙ୍କୁ ଆଜି ଟଙ୍କା ମିଳିବ ନାହିଁ।

ସୂଚନାଥାଉ କି, ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ସେଭଳି କେଣସି ଆବେଦନ ସୀମା ନାହିଁ । ଆଜି ଯେଉଁମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିନାହିଁ ସେମାନେ ଆବେଦନ କରିଲେ ପରେ ମିଳିବ । ଏପରିକି ଯେଉଁମାନେ ପ୍ରଥମ କିସ୍ତି ଟଙ୍କା ନପାଇବେ ସେମାନଙ୍କୁ ପରବର୍ତ୍ତୀ କିସ୍ତିରେ ଏକାବେଳେ ଦୁଇଟି କିସ୍ତି ମିଳିବ । ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ । ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତା’ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ । ସୁଭଦ୍ରା ଯୋଜନାରେ ୨୧ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ମହିଳା ସାମିଲ ହୋଇପାରିବେ । ଏ ନେଇ ଗାଇଡଲାଇନରେ ସ୍ପଷ୍ଟ କରିସାରିଛନ୍ତି ରାଜ୍ୟ ସରକାର । ବର୍ଷକୁ ଦୁଇଟି କିସ୍ତିରେ ମହିଳାଙ୍କୁ ଟଙ୍କା ମିଳିବ । ପ୍ରତ୍ୟେକ କିସ୍ତିରେ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସିବ । ରାକ୍ଷୀ ପୂର୍ଣ୍ଣିମା ଏବଂ ମହିଳା ଦିବସରେ ଏହି ଟଙ୍କା ମିଳିବ । ଯେଉଁମାନେ ଡିସେମ୍ବର ପର୍ଯ୍ୟନ୍ତ ଆବେଦନ କରିଥିବେ ସେମାନେ ମଧ୍ୟ ପ୍ରଥମ କିସ୍ତିର ଲାଭ ପାଇବେ । ଯେଉଁ ମହିଳାମାନଙ୍କ ଖାତାକୁ ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ଆସିଛି, ସେମାନେ ଦ୍ୱିତୀୟ କିସ୍ତି ଭାବରେ ମାର୍ଚ୍ଚରେ ୧୦ ଟଙ୍କା ପାଇବେ ।

Share