Posted inଜାତୀୟ

ପୁଣି କେବେ ଆସିବ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା: ୧୮ତମ କିସ୍ତିକୁ ଚାଷୀଙ୍କ ଅପେକ୍ଷା

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ କେନ୍ଦ୍ର ସରକାର ଟଙ୍କା ଯୋଗାଇ ଦେଉଛନ୍ତି। ଏହି ଯୋଜନା ଅଧୀନରେ ପ୍ରତିବର୍ଷ ଯୋଗ୍ୟ କୃଷକମାନଙ୍କୁ ୬,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଏ ଏବଂ ଏହି ଟଙ୍କା ପ୍ରତ୍ୟେକ କିସ୍ତିରେ ୨,୦୦୦ ଟଙ୍କା ପ୍ରଦାନ କରାଯାଇଥାଏ। ଅଦ୍ୟାବଧି ଯୋଗ୍ୟ କୃଷକମାନଙ୍କୁ ସମୁଦାୟ ୧୭ କିସ୍ତି ଅର୍ଥ ପ୍ରଦାନ କରାଯାଇଛି ଏବଂ ୧୮ତମ କିସ୍ତି ପାଇଁ ଚାଷୀ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ନିୟମ ଅନୁଯାୟୀ, ପ୍ରତ୍ୟେକ କିସ୍ତି ଚାରି ମାସର ବ୍ୟବଧାନରେ ଦିଆଯାଏ। ଉଦାହରଣ ସ୍ବରୂପ, ୧୭ତମ କିସ୍ତି ଜୁନ ମାସରେ ରିଲିଜ ହୋଇଥିଲା ଏବଂ ସେହି ଅନୁଯାୟୀ ୧୮ତମ କିସ୍ତି ଅକ୍ଟୋବର ମାସରେ ରିଲିଜ୍‌ ହୋଇପାରେ। ତେବେ ଏପର୍ଯ୍ୟନ୍ତ ଏହି ସୂଚନା ସରକାରୀ ଭାବେ ପ୍ରକାଶ କରାଯାଇ ନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୧୮, ୨୦୨୪ରେ ବାରାଣସୀରୁ ୧୭ତମ କିସ୍ତି ରିଲିଜ୍‌ କରିଥିଲେ। ୯ କୋଟିରୁ ଅଧିକ ଯୋଗ୍ୟ କୃଷକ ଏହାର ଲାଭ ପାଇଥିଲେ ଏବଂ ଏହି ଟଙ୍କା ଡିବିଟି ମାଧ୍ୟମରେ ଏହି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶରଦ ପାୱାରଙ୍କୁ ଝଟ୍‌କା ଦେଲେ ସୁପ୍ରିମକୋର୍ଟ: ଅଜିତଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କୁ ଏକ ବଡ ଝଟ୍‌କା ଲାଗିଛି। ଅଜିତ ପାୱାରଙ୍କୁ ଘଣ୍ଟା ନିର୍ବାଚନ ପ୍ରତୀକ ବ୍ୟବହାର ନ କରିବା...

ପ୍ରାର୍ଥିପତ୍ର ଦାଖଲ କଲେ କଳ୍ପନା, ହେଲେ…

ରାଞ୍ଚି,୨୪।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ ତଥା ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ବୋହୂ କଳ୍ପନା ସୋରେନ ମାତ୍ର କିଛି ମାସ ପୂର୍ବରୁ ରାଜନୀତିରେ...

ସଲମାନଙ୍କୁ ୫ କୋଟି ଟଙ୍କାର ଧମକ ଦେଇ ପରିବା ବାଲା ଗିରଫ

ମୁମ୍ବାଇ,୨୪।୧୦: ମୁମ୍ବାଇ ପୋଲିସ ଜାମସେଦପୁରରୁ ଜଣେ ପରିବା ବିକାଳିଙ୍କୁ ଗିରଫ କରିଛି ଯିଏ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ ଦେଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ...

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ସ୍ବଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୨୪।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଋଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ରୁଷିଆର କାଜାନ ସହରରେ ଅନୁଷ୍ଠିତ...

ସ୍ବାମୀଙ୍କୁ ହିଞ୍ଜଡ଼ା କହିବା ମାନସିକ ନିଷ୍ଠୁରତା: ହାଇକୋର୍ଟ

ଚଣ୍ଡିଗଡ଼,୨୪ା୧୦(ପି.ଟି.): ସ୍ବାମୀଙ୍କୁ ହିଞ୍ଜଡ଼ା କହିବା ମାନସିକ ନିଷ୍ଠୁରତା ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ କହିଛନ୍ତି। ଜଣେ ସ୍ବାମୀଙ୍କ ସପକ୍ଷରେ ପରିବାର ଅଦାଲତ ଜୁଲାଇରେ ଛାଡ଼ପତ୍ର...

ମହାବିକାଶ ଆଘାଡିରେ ଛିଡିଲା ଭାଗବଣ୍ଟା; ଏତିକି ଏତିକି ଆସନରେ ଲଢ଼ିବେ ସମସ୍ତ ଦଳ

ମୁମ୍ବାଇ,୨୩।୧୦:  ମହାରାଷ୍ଟ୍ର ନିର୍ବାଚନ ପାଇଁ ଆଉ କିଛି ସମୟ ବାକି ଅଛି ଏବଂ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ଆରମ୍ଭ ହୋଇଛି। ସେପଟେ ରାଜ୍ୟରେ ବିରୋଧୀ...

୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପ୍ରଥମ ଆଲୋଚନା

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ...

ରିଲାଏନ୍ସ ‘ସ୍ମାର୍ଟ ବଜାର ହୋଇଯିବ ‘ରାଶନ ଦୋକାନ’ ! ଏ ହେଉଛି ମୁକେଶ ଅମ୍ବାନୀଙ୍କ ବଡ଼ ପ୍ଲାନ୍‌ 

ନୂଆଦିଲ୍ଲୀ,୨୩।୧୦: ରାଶନ ଦୋକାନ/ଡିଲର୍‌ଙ୍କ ପାଖରେ ଶସ୍ତାରେ ଚିନି, ଡାଲି, ଗହମ ଏବଂ ଚାଉଳ ଭଳି ସାମଗ୍ରୀ ଉପଲବ୍ଧ ହୋଇଥାଏ। ଆଗାମୀ ଦିନରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri