କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

 

ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ ଦାୟିତ୍ୱ ପ୍ରଦାନ କରାଯାଇଛି। ମୀନାକ୍ଷୀ ନଟରାଜନ ଏବଂ ଛତିଶଗଡ଼ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଉଭୟ ନେତା ଖୁବ୍‌ଶୀଘ୍ର ଓଡ଼ିଶା ଆସି ସମସ୍ତଙ୍କୁ ଭେଟିବେ। ସମସ୍ତଙ୍କ ସହିତ ଭେଟି ମତାମତ ସଂଗ୍ରହ କରିବା ପରେ ରାଜ୍ୟର ନୂଆ ସଭାପତିଙ୍କ ନାଁ ଘୋଷଣା କରାଯିବ। ନଭେମ୍ବର ମଧ୍ୟଭାଗ ସୁଦ୍ଧା ସଭାପତିଙ୍କ ନାଁ ଘୋଷଣା ହୋଇଯିବ ବୋଲି ଓଡ଼ିଶା ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଅଜୟ କୁମାର କହିଛନ୍ତି। ତେବେ ରାଜ୍ୟରେ ପିସିସି ସଭାପତି ଏବଂ କମିଟି ଘୋଷଣା ନେଇ ବିଳମ୍ବ ହେଉଥିବା ଯୋଗୁ ନାନା ପ୍ରକାର ଚର୍ଚ୍ଚା ଆଲୋଚନା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଏଆଇସିସି ପକ୍ଷରୁ ଗୁରୁବାର ଛତିଶଗଡ଼ କଂଗ୍ରେସର ବିଧାୟକ ଦଳ ନେତା ଚରଣ ଦାସ ମହନ୍ତିଙ୍କୁ ଓଡ଼ିଶା ସଭାପତି ଚୟନ ନେଇ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ପିସିସି ସଭାପତି ଚୟନକୁ ନେଇ ମହମ୍ମଦ ମୋକିମ କହିଛନ୍ତି, ବିଗତ ଦିନରେ ଓଡ଼ିଶାରେ କଂଗ୍ରେସ ଭଲ କରିପାରି ନ ଥିଲା; ଯେଉଁଥିଲାଗି କେନ୍ଦ୍ରୀୟ ନେତୃତ୍ୱ ଚିନ୍ତାବ୍ୟକ୍ତ କରିଥିଲେ। ଏଥିଲାଗି ପିସିସି କମିଟିକୁ ଭାଙ୍ଗିଦେଇଥିଲେ। ଓଡ଼ିଶାରେ ନୂଆ ମଙ୍ଗୁଆଳ ଚୟନ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ ହୋଇଛି। କମିଟି ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶାର ନେତାଙ୍କ ସହିତ ଆଲୋଚନା କରୁଛନ୍ତି। ଆଗାମୀ ସପ୍ତାହରେ ଆଲୋଚନା ପାଇଁ ଏଆଇସିସିରୁ ୨ ଜଣ ବରିଷ୍ଠ ସଦସ୍ୟ ରାଜ୍ୟ ଗସ୍ତରେ ଆସିବେ। ସେମାନେ ଓଡ଼ିଶାର ତୃଣମୂଳସ୍ତରରେ ଥିବା ନେତାମାନଙ୍କୁ ଭେଟି ଆଲୋଚନା କରିବେ। ଏହା ପରେ କଂଗ୍ରେସର ସର୍ବୋଚ୍ଚ ନେତୃତ୍ୱ ନୂଆ ମଙ୍ଗୁଆଳ ଚୟନ କରିବେ। ସେ ସାଧାରଣ ଲୋକଙ୍କ ପାଇଁ କାମ କରୁଥିବେ, ସେପରି ବ୍ୟକ୍ତିଙ୍କୁ ଚୟନ କରାଯିବ। ଦୀପାବଳି ପାଖାପାଖି ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା କରାଯିବ ବୋଲି ମୋକିମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ମଣ୍ଡିରୁ ଧାନ କିଣିପାରିବେନି…

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ଚଳିତ ଥର ମିଲରମାନେ ମଣ୍ଡିରୁ ଧାନ କିଣିପାରିବେନି। କେନ୍ଦ୍ରୀୟ ସଂସ୍ଥା କିମ୍ବା ସମବାୟ ସଂସ୍ଥା ମଣ୍ଡିରୁ ଧାନ କିଣିବେ। ଧାନ କ୍ରୟ ବ୍ୟବସ୍ଥାକୁ...

ବୁଦ୍ଧାଦିତ୍ୟଙ୍କ ନାଁରେ ଏଫଆଇଆର, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଲେଖିଲେ…

ଭୁବନେଶ୍ୱର,୧୮।୧୦: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଥାନାରେ ମାମଲା। କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଥାନାରେ...

ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri