Categories: ଜାତୀୟ

କେବେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ: ଉତ୍ତର ଦେଲେ ଆଇନ ମନ୍ତ୍ରୀ…

ନୂଆଦିଲ୍ଲୀ,୨୩।୪ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ ଶୀଘ୍ର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହା ସୂଚିତ କରିଛନ୍ତି। ଧାରା ୪୪କୁ ଦର୍ଶାଇ ରିଜିଜୁ କହିଛନ୍ତି, ସମ୍ବିଧାନରେ ସ୍ପଷ୍ଟ ଭାବେ କୁହାଯାଇଛି ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ଦିଗରେ ସରକାର କାର୍ଯ୍ୟ କରିବା ଉଚିତ। ଏଥିପାଇଁ ଆମ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

ନ୍ୟୁଜ ଚ୍ୟାନେଲ ସହ କଥାବାର୍ତ୍ତା କରି କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି, ସମ୍ବିଧାନର ଏହି ଧାରାର ଲାଗୁ ନେଇ ଏହା ସ୍ପଷ୍ଟ କରାଯାଇଛି। ତାହା ଅଧୀନରେ ଯାହା କରିବାକୁ ହେବ ଆମେ ତାହା କରିବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଉପରେ ବିଶ୍ୱାସ କରି କୋଟି କୋଟି ଲୋକ ତାଙ୍କ ସରକାରଙ୍କୁ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଦେଇଛନ୍ତି। ତେଣୁ ଦେଶ ପାଇଁ ଯାହା ଠିକ ତାହା ଆମେ କରିବୁ।

ତାରିଖ ସମ୍ପର୍କରେ ସେ କହିଛନ୍ତି, ମୁଁ ବର୍ତ୍ତମାନ ଏହାକୁ ଘୋଷଣା କରିପାରିବି ନାହିଁ। କିନ୍ତୁ ଆମ ସରକାରଙ୍କ ଉଦ୍ଦେଶ୍ୟ କ’ଣ ଏବଂ ଦେଶର ଲୋକମାନେ କଣ ଚାହୁଁଛନ୍ତି ତାହା ସମସ୍ତେ ଜାଣନ୍ତି। ଏପରି ପରିସ୍ଥିତିରେ, ଯାହା କରିବା ଆବଶ୍ୟକ, ଠିକ ସମୟରେ କରାଯିବ। ଏଭଳି ପ୍ରସଙ୍ଗରେ ସହମତି ହେବାର ଆବଶ୍ୟକତା ରହିଛି।

Share