Categories: ଜାତୀୟ

ବିକ୍ରମ-ପ୍ରଜ୍ଞାନ କେବେ ହେବେ ଜାଗ୍ରତ, ଅପକ୍ଷା କରିଛନ୍ତି ପୃଥିବୀବାସୀ…

ହାଇଦ୍ରାବାଦ,୨।୧୦ : ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ଦ୍ୱାରା ନିର୍ମିତ ଚନ୍ଦ୍ରୟାନ -୩ ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ଦୃଢ଼ ଭାବରେ ଠିଆ ହୋଇଛି। ଅବତରଣର ପ୍ରଥମ ୧୪ ଦିନ ଧରି, ବିକ୍ରମ ଲ୍ୟାଣ୍ଡର ଏବଂ ରୋଭର ପ୍ରଜ୍ଞାନ ପୂର୍ଣ୍ଣ ଶକ୍ତି ସହିତ ଚନ୍ଦ୍ରରେ ବିଭିନ୍ନ ଅନ୍ବେଷଣରେ ବ୍ୟସ୍ତ ଥିଲେ। କିନ୍ତୁ ବର୍ତ୍ତମାନ ରାତି ପରେ ବିକ୍ରମ ଏବଂ ରୋଭର ନିଷ୍କ୍ରିୟ ହୋଇ ପଡ଼ିଛନ୍ତି ।

ତେବେ ଅକ୍ଟୋବର ୬ ପର୍ଯ୍ୟନ୍ତ ସେମାନଙ୍କୁ ଜାଗ୍ରତ କରାଯିବାର ଉଦ୍ୟମ ଜାରି ରହିବ ବୋଲି ଇସ୍ରୋର ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହା ଆଶଙ୍କା କରାଯାଉଛି ରୋଭରର ଯନ୍ତ୍ରଗୁଡ଼ିକ ରାତିର ମାଇନସ ୨୦୦ ଡିଗ୍ରୀ ତାପମାତ୍ରାରେ କାମ ବନ୍ଦ କରିଦେଇଛି। ସମଗ୍ର ପୃଥିବୀବାସୀ ବର୍ତ୍ତମାନ ବିକ୍ରମ ଏବଂ ରୋଭର ପ୍ରଜ୍ଞାନର ଜାଗ୍ରତ ହେବା ସମୟକୁ ଅପେକ୍ଷା କରିଛନ୍ତି।

ଜାଗ୍ରତ ହୋଇ ପ୍ରଜ୍ଞାନ ପୁଣି ଥରେ ଚନ୍ଦ୍ରରେ ବୁଲିବ ଏବଂ ଜୀବନର ସନ୍ଧାନରେ ନୂତନ ଆବିଷ୍କାର କରିପାରିବ। ଏବେ ପ୍ରଶ୍ନ ଉଠୁଛି ଯଦି ଏହା ସହିତ ରେଡିଓ ଆଇସୋଟୋପ ହିଟର ପଠାଯାଇଥାନ୍ତା, ତେବେ ବିକ୍ରମ ଏବଂ ରୋଭର ପ୍ରଜ୍ଞାନଖୁ ଜାଗ୍ରତ କରିବା ସହଜ ହୋଇ ପାରିଥାନ୍ତା। ଏହାପୂର୍ବରୁ ନାସା ଏବଂ ରୁଷିଆର ଏଜେନ୍ସି ରସ୍କୋସମୋସ ମଧ୍ୟ ଏହାକୁ ବ୍ୟବହାର କରି ସାରିଛନ୍ତି।

ସେପ୍ଟେମ୍ବର ୨୨ରେ ଚନ୍ଦ୍ରରେ ସୂର୍ଯ୍ୟୋଦୟ ପରଠାରୁ ଇସ୍ରୋ ଦଳ କ୍ରମାଗତ ଭାବରେ ବିକ୍ରମ ଏବଂ ରୋଭରକୁ ଜାଗ୍ରତ କରିବାକୁ ଚେଷ୍ଟା କରିଆସୁଛନ୍ତି। କିନ୍ତୁ, ସମୟ ସହିତ, ରୋଭରକୁ ପୁନଃସକ୍ରିୟ କରିବାର ଆଶା କ୍ଷୀଣ ହେଉଛି।
୧୯୭୦ ମସିହାରେ ରୁଷିଆ ଏହାର ପ୍ରଥମ ଚନ୍ଦ୍ର ମିଶନରେ ରେଡିଓ ଆଇସୋଟୋପ ହିଟର ବ୍ୟବହାର କରିଥିଲା। ଯେଉଁଥିପାଇଁ ତାଙ୍କ ରୋଭର ୧୦ ମାସ କାମ ଜାରି ରଖିଥିଲା।

ରେଡ଼ିଓ ଆଇସୋଟୋପ ହିଟର ୟୁନିଟ ହେଉଛି ଏକ ଛୋଟ ଉପକରଣ ଯାହା ମହାକାଶଯାନ ଭିତରେ ଫିଟ ହୋଇ ମିଶନରେ ପଠାଯାଇଥାଏ। ଏହି ରେଡିଓଆକ୍ଟିଭ ହିଟର ଯନ୍ତ୍ରଗୁଡ଼ିକୁ ମହାକାଶରେ ଗରମ କରେ। ଏଗୁଡ଼ିକ ଛୋଟ ରେଡିଓସୋଟୋପ ଥର୍ମୋଲେକ୍ଟ୍ରିକ ଜେନେରେଟର ସହିତ ସମାନ। ଗୋଟିଏ ଉପକରଣ ଅନେକ ଦଶନ୍ଧି ଧରି ଉତ୍ତାପ ଯୋଗାଇପାରେ। ଏକ କିଲୋଗ୍ରାମ ପ୍ଲୁଟୋନିୟମରୁ ୮୦ଲକ୍ଷ କିଲୋୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିଥାଏ।

Share