Categories: ଖେଳ

ଯେବେ ବି ସୁଯୋଗ ମିଳିବ ଅଧିନାୟକ ହେବାକୁ ପ୍ରସ୍ତୁତ: ବୁମ୍‌ରା

ନୂଆଦିଲ୍ଲୀ,୨୪।୮: ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ପ୍ରଥମ ଥର ଲାଗି ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ଜସପ୍ରିତ ବୁମ୍‌ରା। ବୁଧବାର ଏହାର ୩ୟ ମୁକାବିଲା ରଦ୍ଦ ହେବା ପରେ ଭାରତ ୨-୦ରେ ସିରିଜ ଉପରେ କବ୍ଜା କରିଥିଲା। ତେବେ ସିରିଜରେ ଉଲ୍ଲେଖନୀୟ ବୋଲିଂ ଲାଗି ବୁମ୍‌ରାଙ୍କୁ ପ୍ଲେୟାର ଅଫ୍‌ ଦ ସିରିଜ ମଧ୍ୟ ଘୋଷଣା କରାଯାଇଥିଲା।

ସିରିଜ ଶେଷ ହେବା ପରେ ବୁମ୍‌ରାଙ୍କୁ ଅଧିନାୟକ ଭାବେ ନିଜର ଅଭିଜ୍ଞତା ବିଷୟରେ ପଚରାଯାଇଥିଲା। ଏହାର ଜବାବରେ ବୁମ୍‌ରା କହିଥିଲେ, ଅଧିନାୟକ ଭାବେ ଅନୁଭବ ବହୁତ ଭଲ ଥିଲା। ଦଳର ନେତୃତ୍ୱ ନେବା ସମ୍ମାନର କଥା। ଆଗକୁ ତାଙ୍କୁ ସୁଯୋଗ ମିଳିଲେ ସେ ନିଶ୍ଚିତ ଭାବେ ଦାୟିିତ୍ୱ ତୁଲାଇବେ ବୋଲି ସେ କହିଛନ୍ତି।

ତେବେ ଆହତ ସମସ୍ୟାରୁ ସୁସ୍ଥ ହୋଇ ଫେରିଥିବା ବୁମ୍‌ରା ୨ ମ୍ୟାଚ୍‌ରେ ୪ ଉଇକେଟ ନେଇଥିଲେ। ଏହାଛଡ଼ା ସେ ବ୍ୟାଟିଂରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Share