ଯେକୌଣସି ଦେଶରେ ସୁରୁଖୁରୁରେ ଚାଲିବା ପାଇଁ ସଠିକ୍ ଆଇନ ଏବଂ ଶୃଙ୍ଖଳା ଜରୁରୀ। ଯଦି କୌଣସି ଉପଯୁକ୍ତ ଆଇନ ଏବଂ ଶୃଙ୍ଖଳା ନ ରୁହେ ତେବେ ଏହା ସମସ୍ୟାକୁ ବଢ଼ାଇଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଯଦି ସମାଜର ସମସ୍ୟାକୁ ଦୂର କରୁଥିବା ଆଇନଗୁଡ଼ିକ ଅସୁବିଧାର କାରଣ ହୋଇଯାଏ ତେବେ ପରିସ୍ଥିତି କ’ଣ ହେବ? ଦୁନିଆରେ ଅନେକ ଦେଶ ଅଛି, ଯେଉଁଠାରେ ବହୁତ ଅଦ୍ଭୁତ ଆଇନ ଏବଂ ଶୃଙ୍ଖଳା ଅଛି। ଆଜି ଏପରି ଏକ ଅଜବ ନିୟମ ବିଷୟରେ କହିବୁ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।
ଇରାନ ଏପରି ଏକ ଦେଶ, ଯେଉଁଠି ବାପା ଝିଅଙ୍କୁ ବିବାହ କରିଥାନ୍ତି। ୨୦୧୩ରେ ଏହି ନିୟମ ପ୍ରଣୟନ କରାଯାଇଥିଲା। ଯେଉଁଥିରେ କୌଣସି ବାପା ତାଙ୍କ ପୋଷ୍ୟ କନ୍ୟାକୁ ବିବାହ କରିପାରିବେ। କିନ୍ତୁ ଏହାର ସର୍ତ୍ତ ହେଉଛି ଯେ, ଝିଅଟି ଅତି କମ୍ରେ ୧୩ ବର୍ଷ ବୟସ ହୋଇଥିବା ଆବଶ୍ୟକ।