Categories: ଫୁରସତ

ଏମିତି ଶ୍ମଶାନ, ଯେଉଁଠି ଗୋଟିଏ ଦିନ ଜୁଇ ନ ଜଳିଲେ ଗାଁର ଯେକୌଣସି ଲୋକଙ୍କ ହୁଏ ମୃତ୍ୟୁ

ଆମ ଦେଶରେ ଏମିତି ଏକ ଶ୍ମଶାନ ରହିଛି, ଯେଉଁଠି ପ୍ରତିଦିନ ଜୁଇ ଜଳିଥାଏ। ଏମିତି କେଉଁ ଗୋଟିଏ ଦିନ ନାହିଁ, ଯେଉଁଦିନ ଶବଦାହ ହୁଏନି। ଏପରି ଆଶ୍ଚର୍ଯ୍ୟଜନକ ଶ୍ମଶାନ ରହିଛି ବିହାରର ସିଓ୍ବାନରେ। ଏହାର ନାମ ଗୟାସପୁର ଶ୍ମଶାନ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଯେଉଁ ଦିନ ଶବଦାହ ହୋଇ ନ ଥାଏ ସେହି ଦିନ ଗାଁର ଜଣେ କିମ୍ବା ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥାଏ। ଏହି କାରଣରୁ ଏହି ଗାଁର ଲୋକମାନେ ଏହାକୁ ଏକ ଭୟଙ୍କର ତଥା ଅଭିଶପ୍ତ ଶ୍ମଶାନ ଭାବରେ ବିବେଚନା କରନ୍ତି।

ଗୟାସପୁର ଶ୍ମଶାନ ସରଜୁ ଏବଂ ଗଣ୍ଡକ ନଦୀ କୂଳରେ ଅବସ୍ଥିତ। ସିଓ୍ବାନର ଲୋକମାନେ ପରିତ୍ରାଣ ପାଇବା ପାଇଁ ଏହି ସ୍ଥାନକୁ ଅତ୍ୟନ୍ତ ଶୁଭ ବୋଲି ଭାବନ୍ତି। ଏହି କାରଣରୁ ପ୍ରତିଦିନ ସର୍ବାଧିକ ୧୦ କିମ୍ବା ଅତି କମରେ ୧ କିମ୍ବା ୨ ମୃତ ଦେହ ଜଳିଥାଏ। କେବଳ ଗାଁର ଲୋକେ ନୁହନ୍ତି, ଆଖାପାଖ କିଛି ଗାଁର ଲୋକେ ମଧ୍ୟ ଶବଦାହ ପାଇଁ ଆସିଥାନ୍ତି।

ସ୍ଥାନୀୟ ଲୋକ କହିଛନ୍ତି, ଗୟାସପୁର ଶବଦାହ ଏକ ଅଭିଶପ୍ତ ସ୍ଥାନ। ଶତାବ୍ଦୀ ପୂର୍ବରୁ ଜଣେ ସାଧୁଙ୍କ ପାଦ ଖସିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ବୁଡ଼ିଯିବା ସମୟରେ ସାଧୁ ତାଙ୍କୁ ଉଦ୍ଧାର କରିବା ପାଇଁ ଚିତ୍କାର କରୁଥିଲେ, ତଥାପି ଉକ୍ତ ଗାଁର ଲୋକମାନେ ଭୟ ଯୋଗୁ ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇ ନ ଥିଲେ। ଏହା ପରେ, ମରିବା ପୂର୍ବରୁ, ସାଧୁ ଶବଦାହକୁ ଅଭିଶାପ ଦେଇଥିଲେ ଯେ, ପ୍ରତିଦିନ ଏଠାରେ କାହାର ମୃତଦେହ ପୋଡ଼ାଯିବ। ସେବେଠାରୁ ପ୍ରତିଦିନ ଏଠାରେ ଜୁଇ ଜଳିଥାଏ। ଯେଉଁ ଦିନ କୌଣସି ସ୍ଥାନରୁ ମୃତଦେହ ଏହି ଶ୍ମଶାନକୁ ଆସେ ନାହିଁ, ଅଥନି ଗାଁର ଜଣେ କେହି ଲୋକଙ୍କର ମୃତ୍ୟୁ ହୋଇଥାଏ।

କୁହାଯାଏ, ଗତ ପାଞ୍ଚ ବର୍ଷ ମଧ୍ୟରେ କେବେ ବି ଫାଙ୍କା ପଡ଼ିନି ଏହି ଶ୍ମଶାନ।

Share