ଦୁନିଆରେ ଏମିତି କିଛି ଗାଁ ଅଛି, ଯାହା ସ୍ବତନ୍ତ୍ର କାରଣ ପାଇଁ ବେଶ୍ ପରିଚିତ। କିଛି ଗାଁ ସଫାସୁତରାକୁ ନେଇ ଜଣାଶୁଣା ତ ଆଉ କେଉଁ ଗାଁ ସୁନ୍ଦର କାହାଣୀକୁ ନେଇ ପରିଚିତ। ସେମିତି ଏକ ଗାଁ ରହିଛି ସ୍ପେନ୍ରେ। ଏଠାରେ ଥିବା ସମସ୍ତ ଘର ନୀଳ ରଙ୍ଗର।
କୁହାଯାଏ, ୨୦୧୧ରେ ଏଠାରେ ଥ୍ରୀ-ଡି ଫିଲ୍ମ ପାଇଁ ଲୋକେ ନିଜ ଘରକୁ ନୀଳ ରଙ୍ଗ କରିଥିଲେ। ଏହା ପରଠାରୁ ଧୀରେ ଧୀରେ ସବୁ ଲୋକ ନିଜ ନିଜ ଘରକୁ ନୀଳ ରଙ୍ଗ କରିଦେଇଛନ୍ତି।