ପିଲାଦିନେ ‘ଗୁଲିଭର’ କାହାଣୀ ପଢ଼ିଥିବେ। ଏହି କାହାଣୀରେ ‘ଗୁଲିଭର’ ଲିଲିପୁଟ ନାମକ ଏକ ଦ୍ୱୀପ ସମ୍ପର୍କରେ ଜାଣିଥିବେ। ଏଠାରେ ୧୫ ସେଣ୍ଟିମିଟର ଲମ୍ବ ବିଶିଷ୍ଟ ଲୋକ ବାସ କରୁଥିଲେ। ଯେଉଁମାନଙ୍କୁ ବନ୍ଦୀ କରି ରଖାଯାଇଥିଲା। ଖାଲି କାହାଣୀ ନୁହେଁ, ସତରେ ମଧ୍ୟ ଏମିତି ଏକ ଗାଁ ରହିଛି। ଯେଉଁଠି ବାମନମାନେ ବାସ କରୁଛନ୍ତି।
ପ୍ରାୟ ଦେଢ଼ଶହ ବର୍ଷ ପୂର୍ବରୁ ଇରାନ୍ର ଏକ ଗଁାରେ ବାମନମାନେ ବାସ କରୁଥିଲେ। ଏହି ଗାଁର ନାଁ ‘ମାଖୁନିକ୍’। ଯାହା ଇରାନ-ଆଫଗାନିସ୍ତାନ ସୀମାଠାରୁ ୭୫ କିଲୋମିଟର ଦୂରରେ ଅବସ୍ଥିତ। କୁହାଯାଏ, ଏଠାରେ ୫୦ ସେଣ୍ଟିମିଟରରୁ କମ୍ ଲୋକ ବାସ କରୁଥିଲେ। ୨୦୦୫ରେ ଖନନ ସମୟରେ ଏଠାରୁ ଏକ ମମି ବା ମୃତଦେହ ମିଳିଥିଲା। ଯାହାର ଲମ୍ବ ମାତ୍ର ୨୫ ସେଣ୍ଟିମିଣ୍ଟର ଥିଲା। ଏଥିରୁ ହିଁ ସ୍ପଷ୍ଟ ହୋଇଥିଲା ଏଠାରେ ଖୁବ୍ କମ୍ ଉଚ୍ଚତା ବିଶିଷ୍ଟ ଲୋକ ବାସ କରୁଥିଲେ।
ମାଖୁନିକ୍ ଇରାନର ଏକ ଶୁଷ୍କ ଅଞ୍ଚଳ। ଏଠାରେ କେବଳ ବାର୍ଲି, ଯଅ, ଖଜୁରୀ ଚାଷ ହୋଇଥାଏ। ଏହି ଅଞ୍ଚଳର ଲୋକମାନେ ସମ୍ପୂର୍ଣ୍ଣ ଶାକାହାରୀ ଥିଲେ। ଶରୀର ବିକାଶ ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଏଠାରେ ମିଳେ ନାହିଁ। ତେଣୁ ଏଠାକାର ଲୋକମାନଙ୍କର ଶାରୀରିକ ବିକାଶ ସମ୍ପୂର୍ଣ୍ଣ ଭାବରେ ହୋଇପାରି ନ ଥିଲା।