ଯେଉଁଠି ଶତାଧିକ ବର୍ଷ ଧରି ଟଣା ହୋଇନି ରଥ

କେନ୍ଦ୍ରାପଡ଼ା,୨୫।୬ (ଜଗନ୍ନାଥ ଧଳ) କେନ୍ଦ୍ରାପଡ଼ା ସହରଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଇନ୍ଦୁପୁର ା ଏଠାରୁ ଦେଢ଼ କିଲୋମିଟର ହାବେଳି (ପତି ସାହି) ଠାରେ ଥିବା ପ୍ରାୟ ୩୦୦ ବର୍ଷର ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ଅବସ୍ଥାନ କରୁଛନ୍ତି ା ୩ ଚକାସନରେ ଉପବିଷ୍ଟ ଏହି ଦେବ ପ୍ରତିମା ଦାରୁରେ ନିର୍ମିତ ହୋଇଥିଲେ ମଧ୍ୟ କେବେ ନବକଳେବର ହୁଅନ୍ତି ନାହିଁ ା ମାତ୍ର ଶ୍ରୀ ଜଗନ୍ନାଥ ସଂସ୍କୃତିରେ ପ୍ରଚଳିତ ରୀତିନୀତିକୁ ଅନୁକରଣ କରାଯାଏ ା ସ୍ନାନ ପୂର୍ଣ୍ଣିମା ଅବସରରେ ଦିଅଁମାନେ ନିକଟସ୍ଥ ସ୍ନାନମଣ୍ଡପକୁ ଯାଆନ୍ତି। ସେଠାରୁ ଫେରି ଅନବସର ଗୃହରେ ରୁହନ୍ତି ା ଏହି ସମୟରେ ବନକଲାଗି ହୁଏ ା ନେତ୍ରୋତ୍ସବରେ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦେଖା ଦିଅନ୍ତି ା ଏହି ଦିନ ରଥ ବଦଳରେ ମନ୍ଦିର ଚୂଳରେ ନେତ ବନ୍ଧାହୁଏ ା ତେବେ ରଥଯାତ୍ରା ଦିନ ରଥ ବଦଳରେ ଶ୍ରୀଜୀଉମାନେ ମନ୍ଦିର ଚକାସନରେ ବିଜେ ହୁଅନ୍ତି ା
ବନ୍ଦ ହୋଇଥିବା ରଥଟଣା ଓ ଏହି ମନ୍ଦିର ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ତଥା ସେବାୟତ ନୀଳମାଧବ ପତି କୁହନ୍ତି, ପ୍ରାୟ ୩ ଶହ ବର୍ଷରୁ ଅଧିକ ସମୟ ହେବ ଏଠାରେ ରଥଟଣା ବନ୍ଦ ରହିଛି ା ସମ୍ଭବତଃ ଗ୍ରାମରେ ରଥ ଉପଯୋଗୀ ଦାଣ୍ଡ ଓ ମାଉସୀମା’ ମନ୍ଦିର ନ ଥିବାରୁ ଏପରି ବ୍ୟବସ୍ଥା ହୋଇଛି ା ସେ କହିଛନ୍ତି, ଏବକାର ଦେଉଳଟି ପ୍ରାୟ ୩୦୦ ବର୍ଷ ପୂରୁଣା ା ମାତ୍ର ମୂଳ ମନ୍ଦିର ଏଠାରେ ନ ଥିଲା ା ବିରୂପା ନଦୀ କୂଳରେ ଦ୍ୱାଦଶ ଶତାଦ୍ଦୀର ମନ୍ଦିର ରହିଥିବା ବିଭିନ୍ନ ସମୟରେ ପ୍ରମାଣ ମିଳିଛି ା ନଦୀବନ୍ଧ ନିକଟରେ ଜଣେ ବ୍ୟକ୍ତି ଘର ନିଅଁ ଖୋଳିବାକୁ ଯାଇ ଏକ ପ୍ରସ୍ତର ଚଟାଣ ଉଦ୍ଧାର କରିଛନ୍ତି ା ସେହିପରି ନଦୀ ଗର୍ଭକୁ ଚାଲି ଯାଇଥିବା ୩ ବାମ୍ଫି ସମ୍ପର୍କରେ ଲୋକକଥା ଏଯାଏଁ ଅଞ୍ଚଳବାସୀଙ୍କ ମୁହଁରେ ରହିଛି ା ଆଉରେଙ୍ଗଜେବଙ୍କ ସେନା ଆକ୍ରମଣ ସମୟରେ ମନ୍ଦିରର ବହୁ ସୁନା ରୁପା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ସେହି ବାମ୍ଫିରେ ପଡିଛି ବୋଲି ସମସ୍ତେ ବିଶ୍ୱାସ କରନ୍ତି ା ଏହାବ୍ୟତୀତ ଶ୍ରୀଜୀଉଙ୍କ ଚକାସନ ବହୁ ଗବେଷକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ା ସେବାୟତ ପତି କୁହନ୍ତି, ମନ୍ଦିରର ବିରାଜିତ ଶ୍ରୀଜୀଉଙ୍କ ଉଚ୍ଚତା ପ୍ରାୟ ୪ ଫୁଟ। ଦିଅଁମାନେ ଯେଉଁ ଚକାସନରେ ବସିଛନ୍ତି, ସେଠାରେ ପ୍ରାକ ସମୟର ଭାଷାରେ କିଛି ଲେଖାଯାଇଛି ା ଯାହା ଐତିହାସିକଙ୍କ ଗବେଷଣାକୁ ଅପେକ୍ଷା କରିଛି ା ଏସମ୍ପର୍କରେ ଶିକ୍ଷାବିତ୍‌ ପ୍ରଣବ ପ୍ରକାଶ ଜେନା କୁହନ୍ତି, ଶ୍ରୀକ୍ଷେତ୍ରଧାମରୁ କେତେକ ଅନ୍ବେଷଣକାରୀ ସୁଭଦ୍ରାଙ୍କ ଚକାସନକୁ ଶ୍ରୀକ୍ଷେତ୍ରର ବୋଲି ଦାବି କରିଥିଲେ ା ତେବେ ଏଥିପାଇଁ ଆହୁରି ଗବେଷଣା ଓ ତର୍ଜମାର ଆବଶ୍ୟକତା ଅଛି ା ଇନ୍ଦୁପୁରର ଶ୍ରଦ୍ଧାଳୁ ରଘୁନାଥ ସାହୁ କୁହନ୍ତି, କେନ୍ଦ୍ରାପଡ଼ା ସହରର ଇଚ୍ଛାପୁରରେ ଥିବା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରଠାରୁ ଏହା ପୁରୁଣା ା ଏବେ ପଥର ଦେଉଳର କ୍ଷୟକୁ ରୋକିବା ପାଇଁ ସିମେଣ୍ଟ ପ୍ଲାଷ୍ଟର ଓ ମାର୍ବଲ ଯୋଡେଇ ହୋଇଛି ା ତେବେ ଏହି ମନ୍ଦିରର କିଛି ଅଂଶରେ ଥିବା ପୁରୁଣା ଦେବୀଦେବ ଓ ଅନ୍ୟ ପାର୍ଶ୍ୱଦେବତା ମୂର୍ତ୍ତିକୁ ଦେଖିବା ପାଇଁ ଛଡାଯାଇଛି ା ଏହି ପୁରାତନ ମନ୍ଦିରର ପ୍ରଚାର ପ୍ରସାର ନ ଥିବାରୁ ଅବହେଳିତ ହୋଇ ପଡି ରହିଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମଧ୍ୟ ପୁସ୍ତକର ବିକଳ୍ପ ନାହିଁ: ଜିଲାପାଳ

ଭଦ୍ରକ,୧୭।୧୧(ସନାତନ ରାଉତ): ଡିଜିଟାଲ ଯୁଗରେ ମଧ୍ୟ ପୁସ୍ତକର ବିକଳ୍ପ କିଛି ନାହିଁ ବୋଲି ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ କହିଛନ୍ତି। ଭଦ୍ରକ ସହର ମନମୋହନ ସଙ୍ଗୀତ...

ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌

ରାୟଗଡ଼ା,୧୭।୨୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଶନିବାର ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ଘଟି ଅଶାନ୍ତ ହୋଇଛି। ଏଭଳିକି ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀ...

ଦାଣ୍ଡ ମଝିରେ ଯୁବକଙ୍କୁ ଗୁଳି, କାନ୍ଧରେ ବାଜି…

ନବରଙ୍ଗପୁର/ଝରିଗାଁ,୧୬ା୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧୀନ ବାସୁଦେବଗୁଡ଼ା ଗାଁର ଡମନା ଭତରା(୩୦)ଙ୍କୁ ସେହିଗାଁର କପୁର ଭତରା ଦେଶୀ ବନ୍ଧୁକରେ ଗୁଳି...

ଜିଲା ମୁଖ୍ୟ ଚିକିତ୍ସାଳୟରେ ବଢୁଛି ଚୋରି, ରୋଗୀଙ୍କୁ ଲୁଟୁଛନ୍ତି…

କେନ୍ଦୁଝର,୧୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟ ପରିସରରୁ ରୋଗୀ ତଥା ରୋଗୀ ସମ୍ପର୍କୀୟଙ୍କ ବିଭିନ୍ନ ସାମଗ୍ରୀ ଚୋରି ହେଉଛି। ଫଳରେ ଏହାକୁ ନେଇ ଅସନ୍ତୋଷ...

୪ ବର୍ଷ ପରେ ଆସିଲା ରାୟ: ଦୋଷୀଙ୍କୁ ମିଳିଲା ୧୦ ବର୍ଷ ଜେଲ୍‌ଦଣ୍ଡ

ରାଉରକେଲା,୧୬।୧୧(ସଙ୍ଗୀତା ଜେନା): ୨୦୨୧ ଡିସେମ୍ବର ୨୧ତାରିଖରେ ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ସେକ୍ଟର-୨୧ ସ’ ମିଲ୍‌ ଛକରେ ୨ଜଣ ଯୁବତୀଙ୍କୁ ଅଶାଳୀନ ଭାଷାରେ କମେଣ୍ଟମରାକୁ ବିରୋଧ କରିବାରୁ...

ସ୍କୁଲରୁ ସାଇକେଲ୍‌ରେ ଘରକୁ ଫେରୁଥିଲେ ଛାତ୍ର, ଧକ୍କାଦେଲା ପୋଲିସ ଗାଡ଼ି, ଆଉ ତା’ ପରେ…

କେନ୍ଦୁଝର,୧୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜେଲରୋଡ୍‌ ରାସ୍ତାରେ ଶନିବାର ଅପରାହ୍ନରେ ଏକ ପୋଲିସ ଗାଡ଼ି ଧକ୍କାରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କ ନାମ...

ଫରେଷ୍ଟର ଆତ୍ମହତ୍ୟା ମାମଲା: ବଦଳିଲେ ତଦନ୍ତ ଅଧିକାରୀ, ଥାନା ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୧୬ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକ(୩୩)ଙ୍କ ଆତ୍ମହତ୍ୟା ଘଟଣା ଇତିମଧ୍ୟରେ ୨ମାସ...

ରୋଷେଇବେଳେ ଗ୍ୟାସ୍‌ ଲିକ୍‌ ହୋଇ ଜଳିଗଲା ଘର: ମା-ବାପା-ପୁଅ ଗୁରୁତର

ଦିଗପହଣ୍ଡି,୧୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ଶନିବାର ସନ୍ଧ୍ୟାରେ ରୋଷେଇବେଳେ ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri