କୁଆଡେ ଗଲା ୨୦୦୦ ଟଙ୍କିଆ ନୋଟ: ଅର୍ଥମନ୍ତ୍ରୀ ଦେଲେ ଉତ୍ତର…

ନୂଆଦିଲ୍ଲୀ,୨୧।୩ : ବିମୁଦ୍ରୀକରଣ ପରେ ସରକାର ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଇ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ପ୍ରବର୍ତ୍ତନ କରିଥିଲେ। କିନ୍ତୁ କିଛି ସମୟ ପରେ ୨୦୦୦ ଟଙ୍କା ନୋଟ ହଠାତ ବଜାରରୁ ଅଦୃଶ୍ୟ ହୋଇଗଲା । ବର୍ତ୍ତମାନ ଏଟିଏମରୁ କେବଳ ୫୦୦ କିମ୍ବା ଛୋଟ ନୋଟ ବିତରଣ କରାଯାଉଛି । ଏବେ ଆଉ ୨୦୦୦ ଟଙ୍କିଆ ନୋଟ ବିତରଣ କରାଯାଉ ନାହିଁ। ଏହି କାରଣରୁ ସରକାର ୨, ୦୦୦ ଟଙ୍କିଆ ନୋଟକୁ ବିମୁଦ୍ରୀକରଣ କରିଥିବା ନେଇ ଆଲୋଚନା ହେବାରେ ଲାଗିଛି। ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ଚାଲିଥିବା ବିତର୍କ ମଧ୍ୟ ଦେଶର ସଂସଦରେ ପହଞ୍ଚିଛି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏହାର ଉତ୍ତର ଦେବାକୁ ପଡିଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହିଛନ୍ତି ଯେ ଅଟୋମେଟେଡ ଟେଲର୍‌ ମେସିନ (ଏଟିଏମ) ରେ ୨୦୦୦ ଟଙ୍କିଆ ନୋଟ ଭର୍ତ୍ତି ନ କରିବାକୁ ସରକାର ବ୍ୟାଙ୍କମାନଙ୍କୁ କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି। କେଉଁ ନୋଟଗୁଡିକ ସେମାନଙ୍କୁ ନଗଦ ଭେଣ୍ଡିଂ ମେସିନ ପୂରଣ କରିବାକୁ ପଡିବ ତାହା ହେଉଛି ବ୍ୟାଙ୍କଗୁଡିକର ପସନ୍ଦ । ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୨୦୧୭ ଏବଂ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବଜାରରେ ୫୦୦ ରୁ ୨୦୦୦ ଟଙ୍କା ମୂଲ୍ୟର ନୋଟଗୁଡିକର ମୋଟ ମୂଲ୍ୟ ୯.୯୫୧ ଲକ୍ଷ କୋଟି ଟଙ୍କା ଅଟେ। ସେହିପରି ୫୦୦ ଟଙ୍କିଆ ନୋଟର ମୂଲ୍ୟ ୨୭.୦୫୭ ଲକ୍ଷ କୋଟି ଟଙ୍କା ଥିଲା। ସେ କହିଛନ୍ତି ଯେ ନୋଟ ସମ୍ପର୍କରେ ବ୍ୟାଙ୍କକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ।

ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ଯେ ବ୍ୟାଙ୍କଗୁଡିକ ସେମାନଙ୍କର ବ୍ୟବହାର, ଉପଭୋକ୍ତା ଆବଶ୍ୟକତା ଏବଂ ଅନ୍ୟାନ୍ୟ କାରଣ ଉପରେ ଆଧାର କରି ଏଟିଏମରେ ଟଙ୍କା ଭର୍ତ୍ତି ଏବଂ ଆବଶ୍ୟକତା ଅନୁସାରେ ନିଜସ୍ବ ମୂଲ୍ୟାଙ୍କନ କରିଥାନ୍ତି।

Share