ଚାଇନା ମନ୍ତ୍ରୀ ଗଲେ କୁଆଡେ, ସରକାର କ୍ୱିନ୍‌ ଗେଙ୍ଗଙ୍କ ସବୁ ଡେଟା ହଟାଇଲେ…

ଓ୍ବାଶିଂଟନ,୨୭।୭ : ଗତ ଏକ ମାସ ହେବ ନିଖୋଜ ଥିବା ଚାଇନାର ବୈଦେଶିକ ମନ୍ତ୍ରୀ କ୍ୱିନ ଗେଙ୍ଗଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ପୁଣିଥରେ ବୈଦେଶିକ ମନ୍ତ୍ରୀ କରାଯାଇଛି। ଗେଙ୍ଗ ମାତ୍ର ୨୦୭ ଦିନ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଗେଙ୍ଗ କେଉଁଠାରେ ଅଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୫୭ ବର୍ଷିୟ ଗେଙ୍ଗଙ୍କ ସହ ଜଡିତ ସମସ୍ତ ରେକର୍ଡ ଚାଇନା ବୈଦେଶିକ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟରୁ ହଟାଇ ଦିଆଯାଇଛି। ଖବର ଅନୁଯାୟୀ, ବୁଧବାର ଯେତେବେଳେ ଚାଇନା ବୈଦେଶିକ ମନ୍ତ୍ରଣାଳୟର ୱେବସାଇଟରେ ଗେଙ୍ଗଙ୍କ ନାମ ପ୍ରବେଶ କରାଯାଇଥିଲା, ସେତେବେଳେ ୱେବସାଇଟ ଉପଲବ୍ଧ ନୁହେଁ କିମ୍ବା ଡିଲିଟ ଲେଖାଯାଇଥିଲା। ତେବେ ଗେଙ୍ଗଙ୍କ ସହ ଜଡିତ ସୂଚନା ବର୍ତ୍ତମାନ ବାଣିଜ୍ୟ ମନ୍ତ୍ରଣାଳୟର ଚାଇନା ଷ୍ଟେଟ କାଉନସିଲ ୱେବସାଇଟରେ ଉପଲବ୍ଧ।

କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ସ୍ବାସ୍ଥ୍ୟ ସମସ୍ୟା ଯୋଗୁୁ ୱାଙ୍ଗ ୟି ଗେଙ୍ଗଙ୍କ ସ୍ଥାନ ନେଇଛନ୍ତି। ଏଥିସହିତ ଟେଲିଭିଜନ ଆଙ୍କରଙ୍କ ସହ ନିକଟତରତା ହେତୁ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିବା କେତେକ ରିପୋର୍ଟରେ ଦାବି କରାଯାଇଛି। ଆହୁରି ମଧ୍ୟ ଆଲୋଚନା ହେଉଛି ରାଷ୍ଟ୍ରପତି ଶି ଜିନପିଙ୍ଗ ତାଙ୍କ କାର୍ଯ୍ୟରେ ଖୁସି ନ ଥିଲେ ଏବଂ ସେଥିପାଇଁ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା। ଯଦିଓ ଚାଇନା ଗଣମାଧ୍ୟମ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ବିବୃତ୍ତି ଦେଇନାହିଁ।

 

Share