Categories: ଜାତୀୟ

କେଉଁଠୁ ଆସୁଛନ୍ତି ଔରଙ୍ଗଜେବଙ୍କ ବଂଶଜ: ଫଡନାଭିସଙ୍କ ପ୍ରଶ୍ନ …

ମୁମ୍ବାଇ୨୫।୬ : ମହାରାଷ୍ଟ୍ରର ବୁଲଡାନା ଜିଲାରେ ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ ସାଧାରଣ ସଭା ଶନିବାର ହୋଇଥିଲା। ଏହି ରାଲିରେ କିଛି ଲୋକେ ଔରଙ୍ଗଜେବ ଅମର ରହେଙ୍କ ସ୍ଲୋଗାନ ଦେଇଥିଲେ। ଏହି ସ୍ଲୋଗାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ବୁଲଢାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି ମୋଗଲ ରାଜା ଔରଙ୍ଗଜେବଙ୍କର ବଂଶଜ ଭାରତ କେଉଁଠୁ ଆସୁଛନ୍ତି। ସେ କହିଛନ୍ତି ଏଠାରେ ରହୁଥିବା ସମସ୍ତ ମୁସଲମାନ ଔରଙ୍ଗଜେବଙ୍କ ବଂଶଜ ନୁହନ୍ତି।

ମହାରାଷ୍ଟ୍ର କିମ୍ବା ଦେଶରେ କାହା ପାଖରେ ଔରଙ୍ଗଜେବଙ୍କ ରକ୍ତ ନାହିଁ। ଏଠାରେ ଥିବା ମୁସଲମାନ କେବେହେଲେ ଔରଙ୍ଗଜେବର ବଂଶଜ ହୋଇପାରିବେ ନାହିଁ। ଏହି ଦେଶକୁ ଶାସନ କରିବା ପାଇଁ ହିନ୍ଦୁ-ଶିଖମାନଙ୍କ ଉପରେ ଅତ୍ୟାଚାର କରିବା ଏବଂ ଆମ ମା-ଭଉଣୀଙ୍କ ସମ୍ମାନ ଲୁଟିବା ପାଇଁ ଔରଙ୍ଗଜେବ ଏଠାକୁ ଆସିଥିଲେ। ତାଙ୍କର ଅତ୍ୟାଚାର ବିଷୟରେ ହଜାର ହଜାର ପୃଷ୍ଠା ଲେଖାଯାଇପାରିବ। ସେଥିପାଇଁ ଔରଙ୍ଗଜେବ କୌଣସି ଦେଶପ୍ରେମୀ ମୁସଲମାନଙ୍କର ଆଦର୍ଶ ହୋଇପାରିବେ ନାହିଁ।

ଫଡନାଭିସ କହିଛନ୍ତି ଯିଏ ଏପରି କରୁଛି, ସେ କିପରି ଦେଶପ୍ରେମୀ ହୋଇପାରିବ। ଏହା ସହିତ ସେ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ଏଭଳି କରୁଥିବା ଲୋକେ ଔରଙ୍ଗଜେବଙ୍କ ବଂଶଜ। କିନ୍ତୁ ସେମାନେ କେଉଁଠାରୁ ଆସୁଛନ୍ତି ତାହା ଜଣା ପଡିନାହିଁ। ସେମାନଙ୍କ ପଛରେ କିଏ ଅଛନ୍ତି ଏବଂ ସେମାନଙ୍କର ଉଦ୍ଦେଶ୍ୟ କ’ଣ? ସେମାନେ ମହାରାଷ୍ଟ୍ରରେ ଯାହା କରିବାକୁ ଚାହୁଁଛନ୍ତି, ତାହା ଶୀଘ୍ର ବାହାରକୁ ଆସିବ।

Share