ଘର ମଣିଷ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଲୋକମାନେ ନିଜ ଘରକୁ ଭିନ୍ନ ତଥା ଅନନ୍ୟ କରିବାକୁ ଚାହିଁଥାନ୍ତି। ସେମାନେ ଏହାର ଡିଜାଇନ, ରଙ୍ଗ ଏବଂ ଫଟୋ ପାଇଁ ବିପୁଳ ଅର୍ଥ ବି ବ୍ୟୟ କରିଥାନ୍ତି। ଏହିପରି ଗୋଟିଏ ଘର ଆଜିକାଲି ବହୁ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଘରର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯିଏ ଏହି ଘର ଦେଖୁଛି, ସେ ଆଶ୍ଚର୍ଯ୍ୟ ହୋଇଯାଉଛି।
ଏହି ଘରର ଡିଜାଇନ ଅନ୍ୟ ଘରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଉକ୍ତ ଘରର ଆଉ ଏକ ବିଶେଷ କଥା ହେଲା ଏହି ଘରଟି ସାରା ବିଶ୍ୱରେ ବ୍ୟାପିଥିବା କରୋନା ମହାମାରୀ ସହିତ ଜଡ଼ିତ। ଯେଉଁଭଳି ଭାବରେ କରୋନା ମହାମାରୀ ଦୁନିଆର ସବୁକିଛି ବିଚଳିତ କରିଦେଇଛି, ସହିଭଳି ଏହି ଘର ମଧ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜାଣନ୍ତୁ ଏହି ଘରର ସ୍ବତନ୍ତ୍ରତା ବିଷୟରେ…
କଲମ୍ବିଆର ରାଜଧାନୀ ବୋଗୋଟା ନିକଟ ଗୁଆଟାଭିଟାରେ ଏକ ନିଆରା ଘର ନିର୍ମାଣ କରାଯାଇଛି। ଅଷ୍ଟ୍ରିଆରେ ରହୁଥିବା ଫ୍ରିଜ୍ ସ୍କୋଲ ଏହି ଅନନ୍ୟ ଘରର ପରିକଳ୍ପନା କରିଛନ୍ତି। ଘରର ସବୁକିଛି ଓଲଟା। ଯାହା ବହୁତ ଅଦ୍ଭୁତ ଦେଖାଯାଉଛି। ଏହି ଘରର ଛାତ ଉପରେ ଚାଲିଲେ ସେମାନଙ୍କର ଫଟୋ ଦେଖିବା ପରେ ଦ୍ୱନ୍ଦ୍ୱରେ ପଡ଼ନ୍ତି। ଚଟାଣରେ ଚାଲୁଥିବା ବ୍ୟକ୍ତି ଘରର ଛାତ ଉପରେ ଚାଲିବା ପରି ଦୃଶ୍ୟମାନ ହୁଏ। ଘରେ ରଖାଯାଇଥିବା ଆସବାବପତ୍ର ସବୁ ଓଲଟା ଦେଖାଯାଏ। ଯେମିତି ଏହା ଛାତରେ ରଖାଯାଇଛି ଦେଖାଯାଏ।
୨୦୧୫ରେ ଏପରି ଘର ତିଆରି କରିବାର କଳ୍ପନା ସ୍କୋଲ୍ଙ୍କ ମୁଣ୍ଡକୁ ଜୁଟିଥିଲା। ଯେତେବେଳେ ସେ ତାଙ୍କ ନାତି ସହିତ ଅଷ୍ଟ୍ରିଆ ଯାଉଥିଲେ, ସେତେବେଳେ ସେ ଏକ ଘର ତିଆରି କରିବାକୁ ଚିନ୍ତା କରିଥିଲେ। ଯାହା ଅନ୍ୟ ଘରଠାରୁ ବହୁତ ଅଲଗା ଏବଂ ଅନନ୍ୟ। ଯେତେବେଳେ ସେ ଏକ ଓଲଟା ଘର ନିର୍ମାଣ ବିଷୟରେ ପରିବାର ଲୋକଙ୍କୁ କହିଥିଲେ, ସମସ୍ତେ ତାଙ୍କ କଥାରେ ହସିଥିଲେ ଏବଂ କେହି ବିଶ୍ୱାସ କଲେ ନାହିଁ। ସମସ୍ତେ ତାଙ୍କୁ ପାଗଳ ଭାବିଥିଲେ।
ସ୍କୋଲ୍ କୁହନ୍ତି, ଯେବେଠାରୁ କରୋନା ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପିଛି, ସେବେଠାରୁ ଏହା ମୋର ଘର ନିର୍ମାଣ କାର୍ଯ୍ୟ ଉପରେ ପ୍ରଭାବ ପକାଇଛି। ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଦୀର୍ଘଦିନ ଧରି ବଜାରଘାଟ ବନ୍ଦ ହେତୁ ଘର ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ ପାଇବାରେ ଏକ ସମସ୍ୟା ଦେଖାଦେଇଥିଲା। ଯେଉଁଥିପାଇଁ ନିର୍ମାଣ କାର୍ଯ୍ୟ ଏତେଦିନ ଲାଗିଲା। ବର୍ତ୍ତମାନ ଏହି ଘର ଜାନୁୟାରୀ ୨୦୨୨ରେ ସମ୍ପୂର୍ଣ୍ଣ ହୋଇଛି। ଏହି ଘର ଦେଖିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଏହି ଘରେ ଫଟୋ ଉଠାଇ ସେମାନେ ମଜା ନେଉଛନ୍ତି।