ଏବେ କେଉଁଠି ଅଛନ୍ତି ଶେଖ ହାସିନା? ବୈଦେଶିକ ମନ୍ତ୍ରଣାଳୟ ଦେଲା ଅପଡେଟ୍‌

ନୂଆଦିଲ୍ଲୀ,୧୭।୧୦: ବାଂଲାଦେଶରେ ହୋଇଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ୫ ଅଗଷ୍ଟରେ ଦିଲ୍ଲୀ ପଳାଇଆସିଥିଲେ। ଏହା ପରେ ତାଙ୍କୁ ଗାଜିଆବାଦରେ ଶପିଂ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସେବେଠାରୁ ତାଙ୍କ ବିଷୟରେ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ଏହି ସମୟରେ ଦାବି କରାଯାଇଛି ଯେ, ଶେଖ ହାସିନା ଦିଲ୍ଲୀ ଛାଡ ପଳାଇଛନ୍ତି। କାରଣ ଭାରତ ତାଙ୍କ ପାଇଁ ବାଂଲାଦେଶ ସହିତ କୌଣସି ଅସୁବିଧା ସୃଷ୍ଟି କରିବାକୁ ଚାହୁଁନାହିଁ। ଏବେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହାର ସତ୍ୟତା କହିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି , ସୁରକ୍ଷା ଦୃଷ୍ଟିରୁ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଆସିଥିଲେ। ସେ ଏବେ ମଧ୍ୟ ଦିଲ୍ଲୀରେ ଅଛନ୍ତି। ଅନ୍ୟପଟେ ବାଂଲାଦେଶରେ ଶେଖ ହସିନାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଛି। ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତାଙ୍କୁ ୧୮ ନଭେମ୍ବର ସୁଦ୍ଧା କୌଣସି ପରିସ୍ଥିତିରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଂଲାଦେଶ ସରକାର ଭାରତକୁ ନିବେଦନ କରିଛନ୍ତି ଯେ ସେମାନେ ଶେଖ ହସିନାଙ୍କୁ ଫେରାଇ ଦିଅନ୍ତୁ।

ଯେତେବେଳେ ହାସିନା ସ୍ବତନ୍ତ୍ର ବିମାନ ଯୋଗେ ଢାକାରୁ ଦିଲ୍ଲୀକୁ ଆସିଥିଲେ, ସେତେବେଳେ ତାଙ୍କ ବିମାନ ଗାଜିଆବାଦର ହିଣ୍ଡନ ଏୟାରବେସରେ ଅବତରଣ କରିଥିଲା। ସୂଚନାନୁସାରେ, ଶେଖ ହାସିନା ତାଙ୍କ ଭଉଣୀ ଏବଂ ନିଜ ପାଇଁ ହିଣ୍ଡନ ବାୟୁସେନା ଷ୍ଟେଶନର ଶପିଂ କମ୍ପ୍ଲେକ୍ସରୁ କିଛି ଜରୁରୀ ଜିନିଷ କିଣିଥିଲେ। କୁହାଯାଉଛି ଯେ ସେ ନିଜ ଏବଂ ଭଉଣୀ ପାଇଁ କିଛି ପୋଷାକ କିଣିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସତରେ କ’ଣ ହମାସ ମୁଖ୍ୟଙ୍କର ହୋଇଛି ମୃତ୍ୟୁ? ଇସ୍ରାଏଲ ସେନାର ବଡ଼ ଦାବି

ଜେରୁଜେଲମ,୧୭।୧୦: ହାମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ହତ୍ୟା କରାଯାଇଥିଲା କି? ଗାଜାରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା ଦାବି କରିଛି। ବୋଧହୁଏ...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

ଲରେନ୍ସ ବିଷ୍ଣୋଇଙ୍କ ଗୁରୁ କିଏ? DSPଙ୍କ ତଥ୍ୟ ବଢାଉଛି ସସପେନ୍ସ

ନୂଆଦିଲ୍ଲୀ,୧୭।୧୦: ବାବା ସିଦ୍ଦିକhଙ୍କ ହତ୍ୟା ମାମଲାରେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ନାମ ଅଛି, ତାହା ହେଉଛି ଲରେନ୍ସ ବିଷ୍ଣୋଇ। ବର୍ତ୍ତମାନ ଗୁଜୁରାଟର ସାବରମତି ଜେଲରେ...

ମୋଦିଙ୍କ ନିଦ ହଜାଇଲେ ଚିରାଗ ପାସଓ୍ବାନ, ୟୁପି ଉପନିର୍ବାଚନ ପୂର୍ବରୁ…

ନୂଆଦିଲ୍ଲୀ,୧୭।୧୦: ଲୋକ ଜନଶକ୍ତି ପାର୍ଟି ରାମ ଭିଲାସ ପାସୱାନ ଫୁଲପୁର ଏବଂ ମଞ୍ଝବା ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଉଭୟ ଆସନରେ ଖୁବ୍‌ଶୀଘ୍ର ଅନୁସୂଚିତ...

ଅଗରତାଲା-ଲୋକମାନ୍ୟ ତିଲକ ଟର୍ମିନସ ୮ ଡବା ଲାଇନଚ୍ୟୁତ, ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ,୧୭।୧୦: ଟ୍ରେନ ଦୁର୍ଘଟଣା ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଏବେ ଡିବାଲେଙ୍ଗ ଷ୍ଟେଶନରେ ଏକ ଦୁର୍ଘଟଣା ଘଟିଛି ଯେତେବେଳେ ଅଗରତାଲା-ଲୋକମାନ୍ୟ ତିଲକ ଟର୍ମିନାସ ଡିରେଲ...

ହରିୟାଣାରେ କଂଗ୍ରେସକୁ ବଡ଼ ଝଟକା, ଦଳ ଛାଡିଲେ ବରିଷ୍ଠ ନେତା

ଚଣ୍ଡିଗଡ,୧୭।୧୦: କଂଗ୍ରେସର ବରିଷ୍ଠ ନେତା କ୍ୟାପଟେନ ଅଜୟ ସିଂ ଯାଦବ ହରିୟାଣାରେ ଦଳକୁ ଏକ ବଡ଼ ଝଟକା ଦେଇଛନ୍ତି। ସେ ଗୁରୁବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।...

କାହିଁକି ୧୭ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସାଇନି? କାରଣ ବହୁତ ବଡ…

ଚଣ୍ଡିଗଡ଼,୧୭।୧୦: ଭାରତୀୟ ଜନତା ପାର୍ଟି (ଭାଜପା)ର ନେତା ନାୟାବ ସିଂ ସାଇନି କ୍ରମାଗତ ଦ୍ୱିତୀୟ ଥର ପାଇଁ ଗୁରୁବାର (୧୭ ଅକ୍ଟୋବର)ରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ...

କାନାଡ଼ାକୁ ମୁହେଁ ମୁହେଁ ଶୁଣାଇ ଦେଲା ଭାରତ: ପ୍ରମାଣ ଦିଅ ନଚେତ୍‌…

ନୂଆଦିଲ୍ଲୀ,୧୭।୧୦: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବୃତ୍ତି ବିରୋଧରେ ଭାରତ ଦୃଢ ବିରୋଧ କରିଥିଲା। ଟ୍ରୁଡୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri