ବେଙ୍ଗାଲୁରୁ,୧୪।୨: ହିଜାବ କଟକଣା ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି କରି କର୍ନାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିକୁ ଛାତ୍ରୀଙ୍କୁ ଅନୁମତି ଦିଆଯିବ କି ନାହିଁ ନିଷ୍ପତ୍ତି ନେବାର ଦାୟିତ୍ୱଭାର ଦେଇଛନ୍ତି। କିନ୍ତୁ ଏଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ ଛାତ୍ରୀଙ୍କ ପକ୍ଷ ରଖୁଥିବା ବରିଷ୍ଠ ଓକିଲ ଦେବଦତ୍ତ କାମତ।
ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟବହାରକୁ ବ୍ୟାନ କରିବା ପାଇଁ କୌଣସି ଆଇନ ନାହିଁ। ଧାର୍ମିକ ସ୍ବାଧୀନତାକୁ ସୁରକ୍ଷା ଦେବାର ଅଧିକାର ସମ୍ବିଧାନ ଦେଇଛି। କୌଣସି କଲେଜ ପରିଚାଳନା କମିଟି ପାଖରେ ଏହାକୁ ନିଷିଦ୍ଧ କରିବାର ଅଧିକାର ନାହିଁ। ଆମକୁ କୌଣସି ଅଧିକାରୀଙ୍କ ପାଖକୁ ଯିବା ଦରକାର ନାହିଁ। ଏହାକୁ ୨୫ତମ ଧାରାରେ ସୁରକ୍ଷା ଦିଆଯିବ। ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧୁଛନ୍ତି କାହାକୁ ଆଘାତ ଦେଉ ନାହାନ୍ତି ବୋଲି ସେ କହିଛନ୍ତି।