Categories: ଫୁରସତ

ଏମିତି ମନ୍ଦିର, ଯେଉଁଠି ଦେବୀଙ୍କ ପ୍ରତିମାରୁ ବହେ ଝାଳ

ଦୁନିଆ ରହସ୍ୟରେ ପରିପୂର୍ଣ୍ଣ। ଏସବୁ ବିଷୟରେ ଜାଣିବା ପାଇଁ ଲୋକଙ୍କ ମନରେ ସର୍ବଦା ଉତ୍ସୁକତା ରହିଥାଏ। ଅନେକ ରହସ୍ୟରୁ୍‌ ପରଦା ଉଠାଯାଇଥିବାବେଳେ ଅନେକ ରହସ୍ୟ ଅଛି ଯାହା କେବଳ ରହସ୍ୟ ହୋଇ ରହିଯାଇଛି। ଭାରତରେ ଏପରି ଅନେକ ସ୍ଥାନ ଅଛି ଯାହା ରହସ୍ୟଘେରରେ ରହିଛି। ଏହି ସ୍ଥାନଗୁଡିକ ମଧ୍ୟରୁ ଅନେକ ଲୋକଙ୍କ ବିଶ୍ୱାସ ସହିତ ଜଡ଼ିତ। ଭାରତର ଏପରି ଏକ ମନ୍ଦିର ହେଉଛି
ମଧ୍ୟପ୍ରଦେଶର ମା’ କାଳୀ ମନ୍ଦିର।

ଜବଲପୁରରେ ଅବସ୍ଥିତ ଏହି ମନ୍ଦିର ବିଷୟରେ ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ରହିଛି ଯେ, ଏଠାରେ ମା’ଙ୍କ ପ୍ରତିମାରୁ ଝାଳ ବାହାରୁଛି। ବିଶ୍ୱାସ ଅନୁଯାୟୀ, ମା ଉତ୍ତାପକୁ ସହ୍ୟ କରନ୍ତି ନାହିଁ, ଯେଉଁଥିପାଇଁ ଝାଳ ବାହାରେ। ତେଣୁ ମନ୍ଦିରରେ ସବୁବେଳ ପାଇଁ ଏସି ଲାଗେ। ଏହି ମନ୍ଦିରର ବିଶାଳ ମୂର୍ତ୍ତି ୬୦୦ ବର୍ଷର ପୁରୁଣା ବୋଲି ବିଶ୍ୱାସ କରାଯାଏ।

Share