ଦୁନିଆର ଅଧିକାଂଶ ଦେଶରେ ଅଜବଗଜବ ଘଟଣା ସବୁ ଦେଖିବାକୁ ମିଳିଥାଏ। ପ୍ରତ୍ୟେକ ଦେଶର ରୀତିନୀତି ପରମ୍ପରା ବି ଭିନ୍ନ ହୋଇଥାଏ। ବିଶ୍ୱରେ ଏମିତି ଏକ ଦେଶ ଅଛି, ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହା ଏକ ମୁସ୍ଲିମ୍ ଦେଶ। ଏଠାରେ ଭିନ୍ନ ଏକ ନିୟମ ରହିଛି।
ଏହି ଦେଶର ନାଁ ହେଉଛି ବ୍ରୁନେଇ। ଏହା ଧନୀ ଦେଶରେ ଗଣା। ଅନ୍ୟ ଦେଶର ଲୋକେ ରହିବା ପାଇଁ ଭଲ ବଙ୍ଗଳା ତିଆରି କରୁଥିବା ବେଳେ ଏହି ଦେଶରେ ଏହାର ଓଲଟା। ଏଠାକାର ଲୋକ କାନ୍ଥରେ ସ୍ତ୍ରୀଙ୍କର ଫଟୋ ଲଗାଇଥାନ୍ତି। ଏହା ସହିତ ସୁଲ୍ତାନଙ୍କ ଫଟୋ ମଧ୍ୟ ଲଗାଇଥାନ୍ତି। ଲୋକଙ୍କ ଖାଇବା ପିଇବା ବି ଅନ୍ୟ ଦେଶ ତୁଳନାରେ ଭିନ୍ନ ଅଟେ। ଏଠାକାର ଲୋକେ ଫାଷ୍ଟଫୁଡ୍ ଖାଆନ୍ତି ନାହିଁ। ଏହି ଦେଶର ଲୋକେ କାର୍ ଚଢ଼ିବାକୁ ବହୁତ ପସନ୍ଦ କରନ୍ତି। ଏପରିକି ୧୦୦୦ ଲୋକଙ୍କ ମଧ୍ୟରେ ପ୍ରାୟ ୭୦୦ ଲୋକଙ୍କ ନିକଟରେ ଗାଡ଼ି ରହିଥାଏ।
ଏଠାକାର ଲୋକଙ୍କ ଘରେ ଦାମୀ ଗାଡ଼ି ଅଛି। ଏଠାରେ ରାଜାଙ୍କ ଶାସନ ଚାଲେ। ପୂର୍ବରୁ ଇଂରେଜମାନେ ଏହି ଦେଶକୁ ଶାସନ କରୁଥିଲେ। ୧୯୮୪ ଜାନୁୟାରୀ ୧ରେ ଏହି ଦେଶ ସ୍ବାଧୀନତା ଲାଭ କରିଥିଲା।