ଦଶହରାରେ ଘରେ କେଉଁଠି ରଖିବେ ମା’ ଦୁର୍ଗାଙ୍କ ମୂର୍ତ୍ତି, ଜାଣନ୍ତୁ କ’ଣ ରହିଛି ବାସ୍ତୁ ନିୟମ…

ଦଶହରା ସମୟରେ ମା’ ଦୁର୍ଗାଙ୍କର ଖୁବ୍‌ ସୁନ୍ଦର ସୁନ୍ଦର ମୂର୍ତ୍ତି ବିଭିନ୍ନ ପୂଜାମଣ୍ଡପରେ ଦେଖିବାକୁ ମିଳେ। ହେଲେ ଏମିତି ବି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ଘରେ ମା’ ଦୁର୍ଗାଙ୍କର ମୂର୍ତ୍ତି ରଖି ପୂଜାର୍ଚ୍ଚନା କରିଥାନ୍ତି। ତେବେ ଘରେ ମା’ଙ୍କର ମୂର୍ତ୍ତି ରଖିବାକୁ ନେଇ କିଛିଟା ବାସ୍ତୁ ନିୟମ ରହିଛି, ଯେମିତିକି…

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘର ପାଇଁ ମାଟି କିମ୍ବା ମାର୍ବଲରେ ତିଆରି ଛୋଟ ସାଇଜ୍‌ର ଦୁର୍ଗା ମୂର୍ତ୍ତି ରଖିବା ଶୁଭ ହୋଇଥାଏ।

* ମା’ଙ୍କର ଏହି ମୂର୍ତ୍ତିକୁ ଘରର ଉତ୍ତର-ପୂର୍ବ ଦିଗରେ ରଖିବା ସବୁଠୁ ଉତ୍ତମ ହୋଇଥାଏ। ଯଦି ଏହି ଦିଗରେ ରଖିବା ସମ୍ଭବ ହେଉ ନାହିଁ, ତା’ହେଲେ ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ରଖିପାରିବେ। ହେଲେ ଭୁଲ୍‌ରେ ବି ମା’ଙ୍କର ପ୍ରତୀମାକୁ ଘରର ଦକ୍ଷିଣ ଦିଗରେ ରଖିବେ ନାହିଁ। ଏହାଦ୍ୱାରା ଘରକୁ ବିପଦ ମାଡି ଆସିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ଶୟନ କକ୍ଷ ଓ ରୋଷେଇ ଘରେ ମା’ଙ୍କର ମୂର୍ତ୍ତି ରଖିବା ଆଦୌ ଠିକ୍‌ ନୁହେଁ।

* ମା’ଙ୍କ ମୂର୍ତ୍ତିକୁ ଘରେ ଟିକେ ଉଚ୍ଚ ଆସନରେ କିମ୍ବା ଥାକରେ ରଖିବା ଦରକାର। କାରଣ ମା’ ସବୁ ସାଂସାରିକ ସମସ୍ୟାରୁ ଊର୍ଦ୍ଧ୍ୱରେ ରହି ନିଜ ଭକ୍ତଗଣଙ୍କୁ ଶାନ୍ତି ଓ ସମୃଦ୍ଧି ପ୍ରଦାନ କରିଥାନ୍ତି।

* ମା’ଙ୍କ ଆସ୍ଥାନକୁ ସର୍ବଦା ପରିଷ୍କାର,ପରିଚ୍ଛନ୍ନ ରଖିବା ସହ ନିୟମିତ ମା’ଙ୍କ ପାଖରେ ଦୀପ ଜାଳିବା ଦରକାର। ତା’ସହିତ ମା’ଙ୍କୁ ପ୍ରତିଦିନ ନାଲି ରଙ୍ଗର ଫୁଲ, ସିନ୍ଦୁର ଓ ମିଠା ଅର୍ପଣ କଲେ ଆଶୀର୍ବାଦ ମିଳେ। କାରଣ ନାଲି ରଙ୍ଗକୁ ଶକ୍ତି ଓ ଊର୍ଜ୍ଜାର ପ୍ରତୀକ ବୋଲି କୁହାଯାଏ।