ଶୌଚାଳୟ କେଉଁଠି କଲେ ଘର ଉପରେ ପଡିବ ସୁ-ପ୍ରଭାବ, ଜାଣନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ କରିବା ଶୁଭ ହୋଇଥାଏ। ଏହାଦ୍ୱାରା ଘର ଉପରେ ଅନେକ ସୁ-ପ୍ରଭାବ ପଡିଥାଏ ବୋଲି ବିଶ୍ୱାସ ରହିଛି। ତେବେ ଅନ୍ୟ କୌଣସି ଦିଗରେ ଶୌଚାଳୟ କଲେ କ’ଣ ସବୁ ସମସ୍ୟା ଦେଖାଯାଇଥାଏ ଜାଣନ୍ତୁ ସେ ସମ୍ପର୍କରେ…

* ଘରର ପୂର୍ବ ଦିଗରେ ଶୌଚାଳୟ କଲେ ପରିବାର ସଦସ୍ୟଙ୍କୁ ସର୍ବଦା ଥକ୍କାପଣ ଅନୁଭବ ହୋଇଥାଏ। ତା’ସହିତ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ଦେଖାଯାଇଥାଏ ବୋଲି ବିଶ୍ୱାସ କରାଯାଏ।

* ଦକ୍ଷିଣ ଦିଗ ହେଉ ଅବା ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ ଗଢିହେବ କିନ୍ତୁ ପଶ୍ଚିମ ଦିଗରେ ଶୌଚାଳୟ ରହିବା ଆଦୌ ଶୁଭ ନୁହେଁ। ଏହାଦ୍ୱାରା ଘରେ ଅଶାନ୍ତି ଉପୁଜିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ସେହିପରି ଉତ୍ତର ଦିଗରେ ଶୌଚାଳୟ ରହିବା ଠିକ୍‌ ନୁହେଁ। କୁହାଯାଏ, ଏହି ଦିଗରେ ଶୌଚାଳୟ ରହିଲେ ଘରର ସଦସ୍ୟଙ୍କ ରୋଜଗାର ଉପରେ କୁ-ପ୍ରଭାବ ପଡିଥାଏ। ଧନହାନି ହେବାର ଆଶଙ୍କା ଦେଖାଯାଇଥାଏ।

* ଶୌଚାଳୟ ପାଇଁ ଉତ୍ତର-ପୂର୍ବ କୋଣ ମଧ୍ୟ ଠିକ୍‌ ନୁହେଁ। ଏହାର ପ୍ରଭାବ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡିଥାଏ ବୋଲି ବିଶ୍ୱାସ କରାଯାଏ।

* ଅନ୍ୟପକ୍ଷେ ଶୌଚାଳୟକୁ କେବେ ବି ରୋଷେଇ ଘରର ସମ୍ମୁଖରେ କରିବା ଠିକ୍‌ ନୁହେଁ। ଏହାଦ୍ୱାରା ଘରେ ଅଭାବ ଅନଟନ ଲାଗି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।