ଘରେ କେଉଁଠି ରଖିବେ ହାତୀ ମୂର୍ତ୍ତି

ବାସ୍ତୁ ହେଉ ଅବା ଜ୍ୟୋତିଷ ଶାସ୍ତ୍ର ସବୁଥିରେ ହାତୀକୁ ବହୁତ ଶୁଭ ମଣାଯାଏ। ଶାସ୍ତ୍ରରେ ଏହାର ସମ୍ବନ୍ଧ ବିଘ୍ନହର୍ତ୍ତା ପ୍ରଭୁ ଶ୍ରୀ ଗଣେଶ ଓ ଧନରଦେବୀ ମା’ ଲକ୍ଷ୍ମୀଙ୍କ ସହ ରହିଛି। ତେଣୁ ହାତୀର ପ୍ରତିମା ଘରେ ରଖିବା ଶୁଭ ବୋଲି ବିଶ୍ୱାସ କରାଯାଏ। ଶୋଇବା ଘରେ ପିତଳର ହାତୀ ଅବା ହାତୀର ବଡ଼ ଫଟୋ ରଖିଲେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦୂର ହୋଇଥାଏ। ପିତ୍ତଳ ହାତୀ ଡ୍ରଇଂରୁମ୍‌ରେ ରଖିଲେ ତାହା ଶାନ୍ତି ଓ ସମୃଦ୍ଧିି ଆଣିଥାଏ। ଆଉ ଜୀବନର ପ୍ରତ୍ୟେକକ୍ଷେତ୍ରରେ ସଫଳତା ମିଳେ। ରୁପାରେ ତିଆରି ହାତୀ ଘରେ କିମ୍ବା ପକେଟରେ ରଖିପାରିବେ। ଏହାଦ୍ୱାରା ସନ୍ତାନ ଉପରକୁ କୌଣସି କଷ୍ଟ ଆସି ନ ଥାଏ। ବାଣିଜ୍ୟରେ ଲାଭ ହୁଏ। ରୁପାର ହାତୀକୁ ଉତ୍ତର ଦିଗରେ ବି ରଖିପାରିବେ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଐଶ୍ୱର୍ଯ୍ୟର ପ୍ରତୀକ ଅଟେ। ମୂର୍ତ୍ତି ଓ ଫଟୋରେ ହାତୀର ଶୁଣ୍ଢ ତଳକୁ ହୋଇଥିଲେ, ତାକୁ ଲିଭିଂ ଏରିଆରେ ରଖିବା ଭଲ। ଏହାଦ୍ୱାରା ଘରେ ସୁଖଶାନ୍ତି ଆସେ। ଶୁଣ୍ଢ ଉପରକୁ ଉଠିଥିବା ମୂତ୍ତି ରଖିଲେ ଧନ, ସମ୍ପତ୍ତି ବଢିଥାଏ ବୋଲି ବିଶ୍ୱାସ ରହିଛି।