କେଉଁଠି ଲଗାଇବେ ପିତୃପୁରୁଷଙ୍କ ଫଟୋ

ପରିବାରରେ କୌଣସି ବୟୋଜ୍ୟେଷ୍ଠଙ୍କର ସ୍ବର୍ଗବାସ ହୋଇଗଲେ ତାଙ୍କ ସ୍ମୃତିରେ ଆମେ ଘରେ ତାଙ୍କର ଏକ ଫଟୋ ଲଗାଇ ତାହାକୁ ପୂଜା କରିଥାଉ। ଏହାଦ୍ୱାରା ଆମକୁ ତାଙ୍କର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଜାଣନ୍ତି କି ବାସ୍ତୁଶାସ୍ତ୍ର ଅନୁଯାୟୀ, ପିତୃପୁରୁଷଙ୍କର ଫଟୋକୁ ଘରେ କେଉଁ ସ୍ଥାନରେ ଲଗାଇବା ଠିକ୍‌ ହେବ। ଜାଣନ୍ତୁ ସେ ସମ୍ପର୍କରେ..

* ଅନେକ ଥର ଦେଖିବାକୁ ମିଳେ, କିଛି ଲୋକ ପିତୃପୁରୁଷଙ୍କର ଫଟୋକୁ ନେଇ ଠାକୁର ଘରେ ରଖି ପୂଜା କରିଥାନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଠାକୁର ଘରେ ପିତୃପୁରୁଷଙ୍କ ଫଟୋ ରଖି ପୂଜା କରିବା ଆଦୌ ଶୁଭଙ୍କର ନୁହେଁ। ଏହାଦ୍ୱାରା ଘରେ ଅନେକ ସମସ୍ୟା ଉପୁଜିଥାଏ ବୋଲି ବିଶ୍ୱାସ ରହିଛି।

* ଘରର ଉତ୍ତର ଏବଂ ପୂର୍ବ ଦିଗ ଯେହେତୁ ଦେବଦେବୀଙ୍କର ରହିବା ସ୍ଥାନ ହୋଇଥାଏ, ତେଣୁ ଏହି ଦୁଇ ଦିଗରେ ପିତୃପୁରୁଷଙ୍କ ଫଟୋ ଲଗାଇବା ମଧ୍ୟ ଉଚିତ ନୁହେଁ। ଅନ୍ୟପକ୍ଷେ ଆପଣ ଚାହିଁଲେ ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ପିତୃପୁରୁଷଙ୍କର ଫଟୋ ଲଗାଇପାରିବେ।

* ସେହିପରି ଶୟନକକ୍ଷ ହେଉ ଅବା ରୋଷେଇ ଘର ଏପରି କି ଶିଡ଼ି ପାଖରେ ମଧ୍ୟ ପିତୃପୁରୁଷଙ୍କ ଫଟୋ ଲଗାଇବା ଠିକ୍‌ ନୁହେଁ। ଏହାଦ୍ୱାରା ଘରେ କଳହ ବଢ଼ିପାରେ ବୋଲି ବିଶ୍ୱାସ କରାଯାଏ। ଅନ୍ୟପକ୍ଷେ ଘରର ଠିକ୍‌ ମଧ୍ୟବର୍ତ୍ତୀ ସ୍ଥାନ, ଏପରି କି ବେଶି ଚଳପ୍ରଚଳ ହେଉଥିବା ସ୍ଥାନରେ ବି ଏହି ଫଟୋ ଲଗାଇବା ଉଚିତ ହେବ ନାହିଁ। ଏହାଦ୍ୱାରା ବାହାର ଲୋକଙ୍କ ନଜର ବାରମ୍ବାର ପିତୃପୁରୁଷଙ୍କ ଫଟୋ ଉପରେ ପଡିବ; ଯଦ୍ଦ୍ବାରା ଘରର ମାନ ସମ୍ମାନ ହାନି ହେବ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୂମପାନ କରୁଥିଲେ ସାବଧାନ! ଗ୍ରାସ କରୁଛି ଏକ ବିରଳ ରୋଗ, ସତର୍କ କରାଇଲା WHO

ସିଗାରେଟ୍‌ ଟାଣିବା କିମ୍ବା ତମାଖୁ ସେବନ କେବଳ ଫୁସ୍‌ଫୁସ୍‌ ଏବଂ ପାଟିର କ୍ଷତି କରେ ନାହିଁ, ଏହା କ୍ୟାନ୍‌ସର ବା କର୍କଟ ଭଳି ଭୟଙ୍କର ରୋଗର...

ଝାଳ ବାହାରୁଥିଲେ…

ଖରାଦିନେ ଝାଳ ବୋହିବା ସ୍ବାଭାବିକ କଥା। ବିଶେଷଜ୍ଞଙ୍କ ମତରେ, ଶରୀରରୁ ଝାଳ ବୋହିବା ପଛରେ ଅନେକ କାରଣ ରହିଥାଏ। ପ୍ରଥମତଃ, ଯଦି କୌଣସି ବ୍ୟକ୍ତି ଅତ୍ୟଧିକ...

ଖରାଦିନେ ଫିଟ୍‌ ରଖିବ ଏସବୁ ଡ୍ରିଙ୍କ୍ସ

ଖରାଦିନେ ବାହାରୁ ଟିକେ ବୁଲିଆସିଲେ ଶୋଷ ମେଣ୍ଟାଇବାକୁ ଅନେକେ କୋଲ୍ଡ ଡ୍ରିଙ୍କ୍ସ ଅଥବା ସୋଢା ପିଇବାକୁ ଭଲ ପାଇଥାନ୍ତି। ହେଲେ ଏହା ଶରୀର ପାଇଁ ଆଦୌ...

ଅଟା ଦଳିବା ପରେ କାହିଁକି ରଖନ୍ତି ଆଙ୍ଗୁଠିର ଛାପ, ଏହା ପଛର କାରଣ ଜାଣନ୍ତି?

ଆଜିର ସମୟରେ, ପୁରୁଣାକାଳିଆ ଲୋକମାନେ ଆମକୁ କ’ଣ କୁହନ୍ତି ତାହା ବୁଝିବା ଟିକେ କଷ୍ଟକର ହୋଇଯାଏ, ବିଶେଷକରି ଯେତେବେଳେ ଆମେ ସେଗୁଡ଼ିକୁ କେବଳ ଏକ ପୁରୁଣା...

ପ୍ରଥମଥର ମଣିଷ ଡିମ୍ବାଶୟରୁ ମିଳିଲା ମାଇକ୍ରୋପ୍ଲାଷ୍ଟିକ୍‌, ବଢୁଛି ଚିନ୍ତା

ରୋମ୍‌,୨୦ା୪: ପ୍ରଥମଥର ପାଇଁ ମଣିଷ ଡିମ୍ବାଶୟ ଫୋଲିକୁଲାର ତରଳ ପଦାର୍ଥରେ ମାଇକ୍ରୋପ୍ଲାଷ୍ଟିକ୍‌ ମିଳିଛି।ଯାହାକି ଅତ୍ୟନ୍ତ ଚିନ୍ତାଜନକ। ଏହା ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ଗଭୀର ପ୍ରଭାବ...

ଓଜନ ହ୍ରାସ କରେ ଚିଆ ସିଡ୍‌ସ, ଜାଣନ୍ତୁ ପିଇବାର ସଠିକ୍‌ ଉପାୟ, ନଚେ୍‌ତ ଭୁଲ୍‌ ଉପାୟରେ ପିଇଲେ…

ଚିଆ ସିଡ୍‌ସରେ ଫାଇବର, ପ୍ରୋଟିନ, ଓମେଗା-୩ ଫ୍ୟାଟି ଏସିଡ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ଥାଏ। ଅନେକ ପୋଷକ ତତ୍ତ୍ୱରେ ଭରପୂର ଏହି ସିଡ୍‌ସ ବା...

Horoscope: କୁଣ୍ଡଳୀରେ ଚାକିରି ଯୋଗ କେମିତି ଲାଗେ, ଏହି ରାଶିରେ ହୁଏ ରାଜଯୋଗ

ଯଦି ଆପଣ ଚାକିରି ପାଇବା ପାଇଁ କଠିନ ଚେଷ୍ଟା କରୁଛନ୍ତି ଏବଂ କଠିନ ପରିଶ୍ରମ ପରେ ମଧ୍ୟ ତାହା ପାଇପାରୁନାହାଁନ୍ତି, ତେବେ ଆପଣଙ୍କ କୁଣ୍ଡଳୀରେ ଚାକିରି...

ସାଧାରଣ ଖାଇବା ତେଲରେ ଥିବା ଉପାଦାନ ସ୍ତନ କର୍କଟ ସହ ଜଡ଼ିତ: ଗବେଷଣାରୁ ମିଳିଲା ନୂଆ ତଥ୍ୟ

ନୂଆଦିଲ୍ଲୀ,୧୭।୪: ସାଧାରଣ ଖାଇବା ତେଲରେ ବ୍ୟବହୃତ ଏକ ପ୍ରମୁଖ ଉପାଦାନ, ଲିନୋଲେଇକ ଏସିଡ (Linoleic Acid), ଆକ୍ରମଣାତ୍ମକ ସ୍ତନ କର୍କଟର ଆଶଙ୍କା ବଢ଼ାଇପାରେ ବୋଲି ସାମ୍ପ୍ରତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image