ସୂର୍ଯ୍ୟ ଉଦୟର ଦେଶ ଜାପାନ ଏହାର ସଂସ୍କୃତି, ଖାଦ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ବିଶ୍ୱ ପ୍ରସିଦ୍ଧ। ଜାପାନ ଏସିଆର ସବୁଠାରୁ ବିକଶିତ ଦେଶ ଭାବେ ପରିଗଣିତ। ଏଠାକାର ଲୋକମାନଙ୍କୁ ଦୁନିଆର ସବୁଠୁ ପରିଶ୍ରମୀ ଲୋକ ଭାବରେ ଗଣନା କରାଯାଏ। ଏହି ଦେଶ ସହିତ ଜଡ଼ିତ ଆଉ କିଛି ରୋଚକ କଥା ବିଷୟରେ ଜାଣନ୍ତୁ…
ଜାପାନର ଲୋକମାନେ ସମୟାନୁବର୍ତ୍ତୀ ଅଟନ୍ତି। ଠିକ୍ ସମୟରେ ଠିକ୍ କାମ କରିଥାନ୍ତି। କୌଣସି କାର୍ଯ୍ୟ କରିବା ସମୟରେ ଆଦୌ ଅବହେଳା କରନ୍ତି ନାହିଁ। କେବଳ ଏତିକି ନୁହେଁ, ଜାପାନରେ ଚାଲୁଥିବା ଟ୍ରେନଗୁଡିକ ମଧ୍ୟ ୩୦ ସେକେଣ୍ଡରୁ ଅଧିକ ବିଳମ୍ବ ହୁଏ ନାହିଁ।
ଜାପାନରେ ଉଚ୍ଚ ସ୍ବରରେ କହିବା କିମ୍ବା ସର୍ବସାଧାରଣ ସ୍ଥାନରେ କିଛି ଶୁଙ୍ଘିବା ମଧ୍ୟ ଅସଭ୍ୟ ବୋଲି ଗଣନା କରାଯାଏ। କେବଳ ଏତିକି ନୁହେଁ, ଦୁଇ ଜଣ ଏକାଠି ହାତ ଧରି ଏକାଠି ଚାଲିବା ମଧ୍ୟ ଏଠାରେ ଗହଣଯୋଗ୍ୟ ନୁହେଁ।