ଯେଉଁଠି କରାଯାଇଥିଲା ଗୁଳି ପୁଣି କାହିଁକି ସେଠାକୁ ଗଲେ ଟ୍ରମ୍ପ? ସାଙ୍ଗରେ ଥିଲେ ମସ୍କ

ପେନସିଲଭାନିଆ,୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଶନିବାର ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। କୌତୁହଳର ବିଷୟ, ଟେସଲା ସିଇଓ ଏଲୋନ ମସ୍କ ମଧ୍ୟ ଟ୍ରମ୍ପଙ୍କ ସହ ମଞ୍ଚରେ ନଜର ଆସିଥିଲେ।
ମଞ୍ଚକୁ ଯାଇ ଏଲୋନ ମସ୍କ ମଧ୍ୟ ଟ୍ରମ୍ପଙ୍କ ପାଇଁ ସମର୍ଥନ ଲୋଡିଥିଲେ। ଏହି ନିର୍ବାଚନ ରାଲିରେ ହଜାର ହଜାର ରିପବ୍ଲିକାନ ପାର୍ଟି ସମର୍ଥକ ଅଂଶଗ୍ରହଣ କରିଥିଲେ। ମଞ୍ଚକୁ ଆସିବା ପରେ ମସ୍କ ଲୋକମାନଙ୍କ ଆଗରେ ଫାଇଟ-ଫାଇଟ ଏବଂ ଭୋଟ-ଭୋଟ ସ୍ଲୋଗାନ ଦେଇଥିଲେ।
ମସ୍କ ମଞ୍ଚକୁ ଆସି କହଲେ, ସମ୍ବିଧାନର ସଂରକ୍ଷଣ ପାଇଁ ରାଷ୍ଟ୍ରପତି ଟ୍ରମ୍ପ ନିଶ୍ଚିତ ଜିତିବା ଉଚିତ୍‌। ଏହା ଆମର ଜୀବନକାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଏବଂ ଆମେରିକାରେ ଗଣତନ୍ତ୍ରର ସଂରକ୍ଷଣ ପାଇଁ ଟ୍ରମ୍ପ ନିଶ୍ଚିତ ଜିତିବା ଉଚିତ୍‌। ସେ କହିଛନ୍ତି ଯେ ଡେମୋକ୍ରାଟ ପାର୍ଟି ଲୋକଙ୍କ ଠାରୁ ଭୋଟ ଦେବାର ଅଧିକାର ଛଡ଼େଇ ନେବାକୁ ଚାହୁଁଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ପେନସିଲଭାନିଆର ସମାନ ସ୍ଥାନରେ ନିର୍ବାଚନ ରାଲିରେ ଟ୍ରମ୍ପଙ୍କୁ ଗୁଳି କରାଯାଇଥିଲା। ଗୁଳିକାଣ୍ଡ ପରେ ସେ ଯେଉଁଠାରୁ ତାଙ୍କର ଭାଷଣ ଛାଡିଥିଲେ ପୁଣି ସେଇଠୁ ଆରମ୍ଭ କରିଥିଲେ। ଆମେ ଆପଣଙ୍କୁ କହିବୁ ଯେ ଜୁଲାଇ ୧୩ରେ ଯେତେବେଳେ ଟ୍ରମ୍ପ ତାଙ୍କ ଭାଷଣ ଦେଉଥିଲେ, ସେତେବେଳେ ତାଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା।
ଜୁଲାଇରେ ହୋଇଥିବା ହତ୍ୟା ଉଦ୍ୟମକୁ ମନେ ପକାଇ ସେ କହିଛନ୍ତି, ମୁଁ କେବେ ହାର ମାନିବି ନାହିଁ। ମୁଁ କଦାପି ମୁଣ୍ଡ ନୁଆଁଇବି ନାହିଁ। ମୁଁ କଦାପି ଭାଙ୍ଗିବି ନାହିଁ। ମୃତ୍ୟୁକୁ କେବେ ଭୟ କରିବି ନାହିଁ।
ସୂଚନାଯୋଗ୍ୟ, ଚଳିତ ବର୍ଷ ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌: ୨୪ ମୃତ, ୯୩ ଆହତ

ଜେରୁଜେଲମ୍‌,୬ା୧୦: ରବିବାର ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ କରିଛି। ଫଳରେ ଏହି ଆକ୍ରମଣରେ ଅତି କମ୍‌ରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୩ ଜଣ...

ହମାସ ଆକ୍ରମଣକୁ ବର୍ଷେ: ଆଲର୍ଟରେ ଇସ୍ରାଏଲ

ବେରୁଟ୍‌,୬।୧୦: ଇସ୍ରାଏଲ ଉପରେ ହମାସ କ୍ଷେପଣାସ୍ତ୍ର ଆକ୍ରମଣର ଆସନ୍ତାକାଲି ଅର୍ଥାତ୍‌ ସୋମବାର ଏକ ବର୍ଷ ପୂରଣ ହେବ। ହମାସର ଏହି ଆକ୍ରମଣରେ ୧୦୦୦ରୁ ଅଧିକ ଇସ୍ରାଏଲ...

ସବୁଜ ହେଉଛି ଆଣ୍ଟାର୍କଟିକା

ଲଣ୍ଡନ, ୬।୧୦: ଆଣ୍ଟାର୍କଟିକା ନାଟକୀୟ ଭାବେ ସବୁଜ ହେବାରେ ଲାଗିଛି। ଗତ ୩ ଦଶନ୍ଧି ତୁଳନାରେ ବିଗତ କିଛିବର୍ଷ ମଧ୍ୟରେ ଏହି ଧାରା ୩୦%ରୁ ଅଧିକ...

ଲେବାନନ ଆକ୍ରମଣରେ ୟୁଏଇ ଭୟଭୀତ, ବିମାନ ଚଳାଚଳ ବନ୍ଦ

ଦୁବାଇ,୫ା୧୦: ୟୁଏଇ ଲେବାନନ ଆକ୍ରମଣ ନେଇ ଭୟଭୀତ ହୋଇପଡ଼ିଛି। ସେପ୍ଟେମ୍ବର ୧୭ରେ ଲେବାନନର ରାଜଧାନୀ ବେରୁଟ ସମେତ ଅନେକ ସ୍ଥାନରେ ବାର୍ତ୍ତା ପହଞ୍ଚାଇବା ପାଇଁ ବ୍ୟବହୃତ...

ଶ୍ରୀଲଙ୍କା ସହ ମିଶି ଚାଇନାକୁ ପାନେ ଦେବ ଭାରତ: ଜୟଶଙ୍କରଙ୍କୁ ଭେଟିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଲେ…

ନୂଆଦିଲ୍ଲୀ,୫।୧ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା...

ଅସ୍ତିତ୍ୱ ହରାଇବ ଇସ୍ରାଏଲ୍‌

ତେହରାନ/ଜେରୁଜେଲମ୍‌,୫ା୧୦: ଇରାନ ପକ୍ଷରୁ ଇସ୍ରାଏଲ୍‌ ଉପରେ କରାଯାଇଥିବା ସଦ୍ୟ ମିଶାଇଲ ମାଡ଼କୁ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ପ୍ରଶଂସା କରିବା ସହ ଆବଶ୍ୟକ ପଡ଼ିଲେ ପୁଣି...

ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୪ା୧୦: ମଙ୍କିପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା...

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ, ୪।୧୦: ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗେ ଦେବା ଲାଗି ପାକିସ୍ତାନ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ବୈଦେଶିକ ମନ୍ତ୍ରଣାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri